ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକବିତର୍କ ବୃଦ୍ଧି ପାଉଛି। ଏପଟେ କଂଗ୍ରେସ ଦଳ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ ଶାସକ ଦଳ ସମ୍ପୂର୍ଣ୍ଣ ବିରୋଧ କରୁଛି।
ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ କରିବାକୁ ଉଭୟ ଦଳକୁ ନିବେଦନ ମଧ୍ଯ କରିଛନ୍ତି। ଏହାରି ମଧ୍ୟରେ ଆଜିର ଅଧିବେଶନରେ ୱାୟନାଡ ସାଂସଦ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ହାତରେ ‘ମୋଦୀ-ଆଦାନୀ ଭାଇ-ଭାଇ’ ଲେଖାଥିବା ବ୍ୟାଗ ଧରି ସଂସଦ ଗୃହରେ ପହଞ୍ଚିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ବ୍ୟାଗ ଦେଖି ଭାଇ ରାହୁଲ ଗାନ୍ଧୀ ମଧ୍ୟ କମେଣ୍ଟ କରିଥିଲେ।ପ୍ରିୟଙ୍କା କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆଦାନୀ ପ୍ରସଙ୍ଗକୁ ନେଇ ସଂସଦ ଚାଲିପାରୁନାହିଁ। ଆଲୋଚନାରେ ବିରୋଧୀ ସାଂସଦମାନେ ଭାଗ ନେଇ ପାରୁନାହାନ୍ତି। ଆମେ ଗୃହ କାର୍ଯ୍ୟରେ ଭାଗ ନେବାକୁ ଚାହୁଁଛୁ କିନ୍ତୁ ସରକାର ଚାହୁଁନି।
Comments are closed.