Latest Odisha News

BREAKING NEWS

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧି ଅଟକ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ଉତ୍ତରପ୍ରଦେଶ ପୋଲିସ । ଲକ୍ଷ୍ନୀପୁର ଖେଲି ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୋଲିସ । ସକାଳ ସାଢ଼େ ୫ଟା ବେଳେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୋଲିସ ।

ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୋଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା । ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୋଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା । ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ । ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି । ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ ।

Leave A Reply

Your email address will not be published.