ମଣ୍ଡଳା: ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେଠାରେ ପ୍ରିୟଙ୍କା ଆଦିବାସୀ ଆଦିବାସୀ ବହୁଳ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରଛନ୍ତି । ଏହି ନିର୍ବାଚନୀ ସଭାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କମଳନାଥ ମଧ୍ୟ ଥିଲେ । ନିର୍ବାଚନୀ ବିଗୁଲ ବାଜି ସାରିଥିଲେ ହେଁ ଏଠାରେ କଂଗ୍ରେସ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ଯଦିଓ ଦଳ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିଛି ତେବେ ଅନ୍ୟ ପ୍ରାର୍ଥୀଙ୍କ ନାଁ ଏ ଯାଏ ଘୋଷଣା ହୋଇନି । ଏହି ନିର୍ବାଚନୀ ସଭାରେ ପ୍ରିୟଙ୍କା ବିଜେପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ତେବେ ଏହି ଅବସରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା ।
ନିର୍ବାଚନୀ ପ୍ରତିଶ୍ରୁତି ଦେଇ ପ୍ରିୟଙ୍କା କହିଥିଲେ, ଯଦି ମଧ୍ୟପ୍ରଦେଶରେ ସରକାର ଆସିବେ ତେବେ କେନ୍ଦୁପତ୍ର ପାଇଁ ୪ ହଜାର ଟଙ୍କା ଲେଖାଏ ଦିଆଯିବ । ଛତିଶଗଡ ପରି ଏଠାରେ ମଧ୍ୟ ସମାନ ଆଇନ ଲାଗୁ କରାଯିବ । ଶିବରାଜ ସରକାରଙ୍କ ନାଁ ନ ନେଇ ପ୍ରିୟଙ୍କା କହିଥିଲେ, ୨୨୫ ମାସରେ ସରକାରରେ ୨୫୦ ଦୁର୍ନୀତି ହୋଇଛି । ୧୮ ବର୍ଷର ସରକାରରେ ୨୨ ହଜାର ଘୋଷଣା କରାଯାଇଛି । ସେ ଆହୁରି କହିଥିଲେ, ମଣ୍ଡଳା-ଜବଲପୁର ରୋଡ ୧୦ ବର୍ଷ ଧରି ନିର୍ମାଣ ହେଉଛି । ପ୍ରଥମେ ୪ ଲେନ ଥିଲା । ଏବେ ୨ ଲେନ ହେଉଛି । ତାହା ମଧ୍ୟ ହୋଇ ପାରୁନି ।
ପ୍ରିୟଙ୍କା ଭାଷଣ ଦେଉଥାନ୍ତି । ଏହି ସମୟରେ ଜଣେ ଯୁବକ ଉତ୍ସାହିତ ହୋଇ ଚିତ୍କାର କରି କହିଉଠିଲେ -‘ସେ ବି ଠିକ ଭାବେ ହେଉନି’। ଏହି କଥା ଶୁଣି ପ୍ରିୟଙ୍କା ନିଜ ହସକୁ ରୋକି ପାରିନ ଥିଲେ । ଯୁବକଙ୍କୁ ଆଖି ମାରି କହିଥିଲେ, ‘ ଆପଣ ବି ଆସି ଯାଆନ୍ତୁ ନା ମଞ୍ଚ ଉପରକୁ ।’ ଏହାପରେ ସଭାରେ ଢେର ସମୟ ପର୍ଯ୍ୟନ୍ତ ହସର ସୁଅ ଛୁଟିଥିଲା । ପରେ ପ୍ରିୟଙ୍କା ତାଙ୍କୁ କହିଥିଲେ, ‘ମୋତେ ସୂଚନା ଦେଉଥିବେ ।’
ସୂଚନାଥାଉ କି, ଏହି ରାଲିରେ ପ୍ରିୟଙ୍କା ଏକ ବଡ ଘୋଷଣା କରିଥିଲେ । ପ୍ରିୟଙ୍କା ମଞ୍ଚ ଉପରେ ଘୋଷଣା କରିଥିଲେ ଯେ, ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବି ପ୍ରଦାନ କରାଯିବ ।
Comments are closed.