Latest Odisha News

BREAKING NEWS

୧୮ ବର୍ଷ ଧରି ଏହି ରୋଗରେ ପୀଡ଼ିତ ନିକ୍‌

ମୁମ୍ବାଇ: ବଲିଉଡ୍ ଓ ହଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଳତୀ ମେରିଙ୍କ ସହିତ ଆମେରିକାରେ ରହୁଛନ୍ତି । ସେ ଭାରତଠାରୁ ଦୂରରେ ଅଛନ୍ତି ସତ କିନ୍ତୁ ସେ କୌଣସି ନା କୌଣସି ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଏସବୁ ମଧ୍ୟରେ ତାଙ୍କ ସ୍ୱାମୀ ନିକ୍ କହିଛନ୍ତି, ଦୀର୍ଘଦିନ ଧରି ସେ ଟାଇପ -୧ ଡାଇବେଟିସ ସହିତ ସଂଘର୍ଷ କରିଆସୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରିୟଙ୍କା ତାଙ୍କର ବିଶେଷ ଯତ୍ନ ନିଅନ୍ତି ।

ନିକଟରେ ଏକ ସାକ୍ଷାତକାରରେ ନିକ୍ କହିଛନ୍ତି, ପ୍ରାରମ୍ଭିକ ଦିନରେ ଯେତେବେଳେ ତାଙ୍କ ରକ୍ତରେ ଶର୍କରା କମିଗଲା । ସେହି ସମୟରେ ତାଙ୍କ ଝିଅର ଧ୍ୟାନ ନେବାର ଆବଶ୍ୟକ ଥିଲା । ଏହା ତାଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଥିଲା । ଏହା ପରେ ସେ ଭାବିଲେ ଦିନେ ସେ ତାଙ୍କ ଝିଅକୁ ତାଙ୍କ ସମସ୍ୟା ବିଷୟରେ ବୁଝାଇବେ ଯେ, ତାଙ୍କ ପିତା ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାହିଁକି କିଛି ସମୟ ନିଅନ୍ତି । ନିକ ପ୍ରିୟଙ୍କାଙ୍କୁ ଆହୁରି ପ୍ରଶଂସା କରି କହିଛନ୍ତି, ଯେତେବେଳେ ବି ସେ ବାହାରକୁ ଯାଆନ୍ତି କିମ୍ବା ଏକ କନ୍ସର୍ଟରେ ଯୋଗ ଦିଅନ୍ତି, ପ୍ରିୟଙ୍କା ନମ୍ବର ଆପ ମାଧ୍ୟମରେ ତାଙ୍କ ବ୍ଲଡ୍ ସୁଗାରକୁ ଚେକ୍ କରନ୍ତି । ଏହି ସମୟରେ ଯେତେବେଳେ ବି ସେ ତାଙ୍କ ଶର୍କରାସ୍ତର ଅଧିକ ଅନୁଭବ କରନ୍ତି, ପ୍ରିୟଙ୍କା ତାଙ୍କୁ ସତର୍କ କରାନ୍ତି । ପ୍ରିୟଙ୍କା କେବଳ ତାଙ୍କ ଡାଇବେଟିସ ବିଷୟରେ ସଚେତନ ନୁହନ୍ତି ବରଂ ସେ ଜଣେ ମା’ ହିସାବରେ ଜାଣିଛନ୍ତି କ’ଣ କେତେବେଳେ କରାଯିବା ଉଚିତ ।

Leave A Reply

Your email address will not be published.