Latest Odisha News

ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଫେସନାଲ୍ ଚେସ୍ ଟ୍ରେନିଙ୍ଗ ଏକାଡେମୀ (ପ୍ରୋ-ଚେସ୍‌-ଟା) ଠାରେ ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରତଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ ।

 

ଉଦ୍‌ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ଯୋଗଦେଇ ସମସ୍ତ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପ୍ରତଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହ ବର୍ଦ୍ଧନ କରିଥିଲେ। ଏଥିସହ ସେ ଚେସ୍ ପ୍ରଶିକ୍ଷଣ ଦିଗରେ ପ୍ରଫେସନାଲ୍ ଚେସ୍ ଟ୍ରେନିଙ୍ଗ ଏକାଡେମୀର ଭୂମିକାକୁ ଗୁରୁତ୍ୱାରୋପ କରିବା ସହ ଉପଯୁକ୍ତ ପ୍ରଶିକ୍ଷଣ ଦ୍ୱାରା ଆଗାମୀ ଭବିଷ୍ୟତରେ ଚେସ୍ ଖେଳାଳୀମାନେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ମତପ୍ରକାଶ କରିଥିଲେ ।

ପ୍ରଫେସନାଲ୍ ଚେସ୍ ଟ୍ରେନିଙ୍ଗ ଏକାଡେମୀର ଆଡ୍‌ମିନିଷ୍ଟେଟର ଆଇ ଏମ୍ ସ୍ଵୟାଂଶୁ ସତ୍ୟପ୍ରଜ୍ଞାନ କହିଛନ୍ତି ଯେ, ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ବିଭିନ୍ନ ଯୁବ ଚେସ୍ ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରୁଛନ୍ତି । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟରେ ଇଣ୍ଟରନ୍ୟାସନାଲ୍ ମାଷ୍ଟର ରାକେଶ ଜେନା ଓ ସୌନ୍ଦର‌୍ୟ୍ୟ ପ୍ରଧାନଙ୍କ ସହ ବିଶିଷ୍ଟ ଯୁବ ଚେସ୍ ଖେଳାଳୀ ଶ୍ରୀୟାଂଶ ଦାସ ଏବଂ ପ୍ରିୟାଂଶ ଦାସ ଆଦି ପ୍ରତିଯୋଗିତାରେ ଭାଗ ନେବେ । ସମସ୍ତ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆମେ ଆଶା ରଖିଛୁ ବୋଲି ସେ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.