ବ୍ରହ୍ମପୁର: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓରମାସ୍ ଏବଂ ମିଶନ୍ଶକ୍ତି ଏଦିଗରେ ସହାୟତା ପ୍ରଦାନ କରୁଛନ୍ତି। ଆଉ ଗୋଟିଏ ପାଦ ଆଗକୁ ଯାଇ ବ୍ରହ୍ମପୁର ସହରରେ ଥିବା ସପିଂ ମଲ୍ଗୁଡ଼ିକରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି) ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ ବିକ୍ରି କରାଯିବ। ମଙ୍ଗଳବାର ଏନେଇ ଏକ ବୈଠକ ବ୍ରହ୍ମପୁର ମହାନଗର ନିଗମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ମହାନଗର ନିଗମ ଆୟୁକ୍ତ ଜେ. ସୋନାଲ୍, ଅତିରିକ୍ତ ଆୟୁକ୍ତ ନୀଳମାଧବ ଭୋଇ, ଓରମାସ୍ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଜ୍ୟୋତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ସହରର ବିଭିନ୍ନ ସପିଂ ମଲ୍ର, ମହାନଗର ନିଗମର ଗୋଷ୍ଠୀ ସଂଯୋଜିକା(ସିଓ) ଏବଂ ବିଭିନ୍ନ ମହିଳାଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।
ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ବଡ଼ି, ପାମ୍ପଡ଼, ଆଚାର, ଚକ୍ଲେଟ୍, ସଫେଇ ସାମଗ୍ରୀ, ଝାଡ଼ୁ ସହ ଅନ୍ୟାନ୍ୟ ସାମଗ୍ରୀର ବଜାର ସୃଷ୍ଟି ନେଇ ଆଲୋଚନା ହୋଇଥିଲା। ଏସବୁ ସାମଗ୍ରୀ ବିକ୍ରି ପାଇଁ ସପିଂ ମଲ୍ ପରିସରରେ ସ୍ବତନ୍ତ୍ର ଜାଗା ଦେବାକୁ ଆୟୁକ୍ତ ସୋନାଲ ନିର୍ଦେଶ ଦେଇଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହେବାକୁ ଯାଉଛି। ମହିଳାଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବଜାରରେ ଉଚିତ ଦାମ୍ରେ ବିକ୍ରି ହେବା ସହ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମେୟର ଦଳେଇ କହିଥିଲେ । ଏମାନେ ତିଆରି କରୁଥିବା ସାମଗ୍ରୀର ଗୁଣବତ୍ତା ଭଲ ରହୁଛି। ଲୋକମାନଙ୍କ ଦ୍ବାରା ମଧ୍ୟ ଗ୍ରହଣୀୟ ହେବ। ଆଚାର କେନ୍ଦ୍ରରେ ନିଜସ୍ବ କାଉଣ୍ଟର ରହିଛି। ବିଭିନ୍ନ ମେଳାକୁ ମଧ୍ୟ ଏମାନେ ଯାଉଛନ୍ତି। କିନ୍ତୁ ପ୍ରତି ସପିଂ ମଲ୍ରେ ଏସ୍ଏଚ୍ଜିଙ୍କ ନିମନ୍ତେ ଏକ କାଉଣ୍ଟର ଖୋଲିବ। ଯଦ୍ବାରା ଏମାନେ ସ୍ଵାବଲମ୍ବୀ ହେବା ସହ ପ୍ରତିଟି ସମୟରେ ସାମଗ୍ରି ବିକ୍ରି ହୋଇପାରିବ ବୋଲି କୁହାଯାଇଥିଲା। ଏହି ଅବସରରେ ମହିଳାଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ସାମଗ୍ରୀ ଏଠାରେ ପ୍ରଦର୍ଶିତ କରିଥିଲେ। ପ୍ରକାଶଥାଉକି, ମହିଳା ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଦ ସାମଗ୍ରୀ ବିକ୍ରି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ହାଟ ପରିକଳ୍ପନା କରାଯାଇଥିଲା। ସେହିଭଳି ସହରର ପ୍ରମୁଖ ସ୍ଥାନ ଓ ଗ୍ରାମାଞ୍ଚଳରେ ମଧ୍ୟ କେନ୍ଦ୍ର ଖୋଲିଥିଲା। ସମ୍ପ୍ରତି ବିଭିନ୍ନ ସପିଂ ମଲ୍ରେ ସହରାଞ୍ଚଳ ପ୍ରଡ଼୍ୟୁସର ଗ୍ରୁପ ସମେତ ଗ୍ରାମାଞ୍ଚଳ ମହିଳାଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ଦିଗରେ ସୁଯୋଗ ମିଳିବ ବୋଲି ଓରମାସ୍ର ଡ଼ ମହାନ୍ତି କହିଛନ୍ତି।
BREAKING NEWS
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
Comments are closed.