Latest Odisha News

ମହମ୍ମଦଙ୍କ କାର୍ଟୁନ କରିଥିବା କାର୍ଟୁନିଷ୍ଟଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ପ୍ୟାଗମ୍ଭର ମହମ୍ମଦଙ୍କ ବିବାଦୀୟ କାର୍ଟୁନ କରିଥିବା ୭୫ ବର୍ଷୀୟ ସ୍ୱୀଡେଶ କାର୍ଟୁନିଷ୍ଟ ଲାର୍ସ ୱିଲିକ୍ସଙ୍କ ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପୋଲିସ ସୁରକ୍ଷାରେ ଯାଉଥିବା ୱିଲିକ୍ସଙ୍କ ଗାଡି ହଠାତ ବାମ ପଟକୁ ଢ଼ଳି ପଡିଥିଲା । ସେ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ କାରରେ ପିଟି ହୋଇ ଯାଇଥିଲା । ପୋଲିସ ଘଟଣାକୁ ସନ୍ଦେହ ଚକ୍ଷୁରେ ଦେଖୁଛି ।

ପୂର୍ବରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ଆସୁଥିଲା । ପୂର୍ବରୁ ୨ ଥର ତାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ମଧ୍ୟ ସେ ଭାଗ୍ୟ ବଶତଃ ବଂଚି ଯାଇଥିଲେ । ଅଲକାଏଦା ତାଙ୍କ ହତ୍ୟା କରିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଡଲାର ଦେବ ବୋଲି ଘୋଷଣା କରିଥିଲା ।

Comments are closed.