କୋଲକାତା: ଗଣତନ୍ତ୍ର ତଥା ଦେଶର ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ହାତରେ କ୍ଷମତା ରହିଯାଉଛି। ତେଣୁ ଗଣତାନ୍ତ୍ରିକ ଶକ୍ତି ହ୍ରାସ ପାଉଛି। ଯାହା ଦେଶକୁ ରାଷ୍ଟ୍ରପତି ଶାସନ ଆଡକୁ ନେଇଯାଉଛି।
ଆଜି କୋଲକାତାରେ National University of Juridical Sciences ସମାରୋହରେ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମାରୋହରେ ପ୍ରଧାନ ବିଚାରପତି ତଥା ବିଦାୟୀ ନେବାକୁ ଯାଉଥିବା ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ମମତା ବାନାର୍ଜି ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଗଣତନ୍ତ୍ର କେଉଁଠାରେ ରହିଛି? ଦୟାକରି ଦେଖନ୍ତୁ ଏବଂ ଗଣତନ୍ତ୍ରକୁ ବଞ୍ଚାନ୍ତୁ। ମମତା ଏପରି କହିବା ବେଳେ କାହାରି ନା ନେଇନଥିଲେ। ବରଂ ପରୋକ୍ଷରେ ନିଜର ପ୍ରତିଦ୍ବନ୍ଦୀ ବୋଲି କହୁଥିବା ବିଜେପିକୁ ଟାର୍ଗେଟ କରିଥିଲେ।
ମମତା ବାନାର୍ଜୀ ପରୋକ୍ଷରେ କଟାକ୍ଷ କରିବାକୁ ଯାଇ କହିଛନ୍ତି, ସେମାନେ ଯାହାକୁ ପାରିବେ ଗାଳି କରିପାରିବେ କି? ସେମାନେ ଯାହା ଉପରେ ଚାହିଁବେ ଦୋଷ ଦେଇ ପାରିବେ କି? ସାର୍, ଆମର ଇଜ୍ଜତ ଆମର ସମ୍ମାନ। ଯଦି ଏହା ଲୁଟ ହୋଇଯିବ ତାହେଲେ ସବୁକିଛି ଲୁଟ୍ ହୋଇଯିବ।
Comments are closed.