Latest Odisha News

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଂସ୍କୃତି, ଐତିହ୍ୟ ଓ ମହାପୁରୁଷଙ୍କ ଜୀବନୀ

ଭୁବନେଶ୍ୱର-ଏଣିକି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢା ହେବ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଏଇ ମାଟିର ମହାପୁରୁଷଙ୍କ ଜୀବନୀ । ପୁରାତନ ସମୟରୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗର ପର୍ଯ୍ୟନ୍ତ ଯେଉଁ ବରପୁତ୍ରମାନେ ଏହି ମାଟିରେ ଜନ୍ମ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ସ୍କୁଲ ପାଠ୍ୟକ୍ରମରେ ଏହି ସବୁ ବିଷୟକୁ ସ୍ଥାନିତ କରିବାର ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛି । କେଉଁ କେଉଁ ବିଷୟ ସ୍ଥାନ ପାଇବ, ସେସବୁକୁ ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ଚୟନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯିବ ପ୍ରତି ଯୋଗିତା କରା ଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆ ଯିବ । ଏଥିପାଇଁ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ କେ କମିଟି ଗଠନ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମହାପୁରୁଷଙ୍କ ଜନ୍ମଭୂଇଁକୁ ଆଦର୍ଶ ଗ୍ରାମ ଭାବେ ଗଢିତୋଳିବାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି । ସମ୍ମାନର ସହିତ ବରପୁତ୍ରଙ୍କ ଜୟନ୍ତୀ ଓ ମହାପ୍ରୟାଣ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଛିା ମହାମନୀଷିଙ୍କ ବିଷୟରେ ଅଧିକ ଜାଣିବା ଦ୍ୱାରା ଏ ଯୁଗର ପିଲାମାନେ ଅନୁପ୍ରାଣିତ ହେବେ ବୋଲି ଆଶା କରା ଯାଇଛି ।

Comments are closed.