Latest Odisha News

[ଦେଖନ୍ତୁ ଭିଡିଓ] ଢିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ବିରୋଧ: ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି

ଢିଙ୍କିଆରେ ପହଁଚିବା ପରେ ସମାଜସେବୀ ମେଧା ପାଟକରଙ୍କୁ ଗାଁଲୋକଙ୍କ ତୀବ୍ର ବିରୋଧ । ସମାଜସେବୀଙ୍କୁ ଗାଁ ଭିତରେ ପୂରାଇ ଦେଲେନି ଲୋକେ । ଗାଁ ମୁଣ୍ଡରେ ଅଟକାଇଲେ । କାହିଁକି ଢିଙ୍କିଆକୁ ଆସିଛନ୍ତି ବୋଲି ସମାଜସେବୀଙ୍କୁ ଗ୍ରାମବାସୀ କଲେ ପ୍ରଶ୍ନ । ଆମ ଭିତରେ ଭାଇଚାରା ଭାଙ୍ଗିବାକୁ ପ୍ରୟାସ କରନାହିଁ ବୋଲି ଗାଁ ଲୋକେ ମେଧା ପାଟକରଙ୍କୁ କହିଛନ୍ତି ।

ପରିବେଶ ସୁରକ୍ଷା ପାଇଁ ତାଙ୍କ ଆନ୍ଦୋଳନ ସେ ଜାରି ରଖିଛନ୍ତି । ଖଣ୍ଡୁଆଳମାଳି ସୁରକ୍ଷା ସମାବେଶରେ ସାମିଲ ହୋଇଛନ୍ତି ନର୍ମଦା ବଞ୍ଚାଅ ଆନ୍ଦୋଳନର ପ୍ରମୁଖ ତଥା ବିଶିଷ୍ଟ ସମାଜସେବୀ ମେଧା ପାଟେକର।

କଳାହାଣ୍ଡି ଜିଲ୍ଲା ଖଣ୍ଡୁଆଳମାଳିରେ ବକ୍ସାଇଟ ଖନନକୁ ତୀବ୍ର ବିରୋଧ କରିଥିଲେ ମେଧା ପାଟେକର । ବକ୍ସାଇଟ ଖଣି ପାଇଁ ନିଲାମ ହୋଇଥିବା ଖଣ୍ଡୁଆଳମାଳି ଖଣି ଲିଜକୁ ବାତିଲ ଦାବିରେ ହଜାର ହଜାର ଆଦିବାସୀ ବିରୋଧ ପ୍ରଦର୍ଶନ କରିଥିଲେ । ଏହାର ନେତୃ୍ତ୍ୱ ନେଇଥିଲେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ।

କର୍ଲାପାଟ ରିଜର୍ଭ ଫରେଷ୍ଟ ସୀମାର ପେରୁମଞ୍ଜିଠାରେ ଖଣ୍ଡୁଆଳମାଳି ସୁରକ୍ଷା ସମିତି ପକ୍ଷରୁ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା । ଜଙ୍ଗଲବାସୀଙ୍କ ଜୀବିକା ଓ ଇନ୍ଦ୍ରାବତୀ-ନାଗାବଳୀ ନଦୀକୁ ପାଣି ଯୋଗାଉଥିବା ୩୫୦ଟି ଝରଣାର ସୁରକ୍ଷା ପାଇଁ ଖଣି ଖନନ ନିଷ୍ପତି ସବୁଦିନ ପାଇଁ ବାତିଲ କରିବାକୁ ଦାବି ହୋଇଥିଲା ।

Leave A Reply

Your email address will not be published.