Latest Odisha News

BREAKING NEWS

୯ଟି ଟ୍ରେନ ରହଣି ଦାବିରେ ଆନ୍ଦୋଳନ; ଆଜି ବେଲପାହାଡ଼ ବନ୍ଦ

ଝାରସୁଗୁଡ଼ା : ଆଜି ବେଲପାହାଡ଼ ବନ୍ଦ । ବେଲପାହାଡ଼ ରେଳ ଷ୍ଟେସନରେ ଲାଗିଛି ୧୪୪ ଧାରା । ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଆନ୍ଦେଳନ ସକାଳ ୭ଟାରୁ ଆରମ୍ଭ ହୋଇଛି । ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ କରାଯାଉଛି।

ଆଜି ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନର ଡାକରା ଦେଇଛି । ରେଳ ଧରାଣା ଉପରେ ବସି ପ୍ରତିବାଦ କରୁଛନ୍ତି ଶହ ଶହ ଲୋକେ । ଫଳରେ ଯାତ୍ରୀବହୀ ଟ୍ରେନ ସମେତ ମାଲବାହୀ ଟ୍ରେନ ଗୁଡିକୁ ମଧ୍ୟ ରୋକାଯାଇଛି । ପୂର୍ବରୁ ଏହି ଦାବି କରାଯାଇଥିଲେ ମଧ୍ୟ ଦାବି ପୂରଣ ହୋଇନଥଇବା ଅଭିଯୋଗ କରିଥିଲେ  । ଏନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି  । ଦାବି ପୂରଣ ନହେଲେ ଏହି ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି ଚେତାବନୀ ଦେଇଛନ୍ତି  । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.