Latest Odisha News

BREAKING NEWS

ନୂପୁର ଶର୍ମାଙ୍କ ବୟାନକୁ ନେଇ ଦେଶବ୍ୟାପୀ ହିଂସା, ରାଞ୍ଚିରେ ୨ ଜଣଙ୍କ ମୃତ୍ୟୁ

ରାଞ୍ଚି: ବିଜେପି ନେତ୍ରୀ ତଥା ମୁଖପାତ୍ର ନୂପୁର ଶର୍ମାଙ୍କ ଇସଲାମ୍ ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଞ୍ଚିରେ ହିଂସାତ୍ମକ ରୂପ ନେଇଛି ବିରୋଧ । ବିକ୍ଷୋଭକାରୀ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ସ୍ଥିତି ବିଗୁଡ଼ୁଥିବା ଦେଖି ପ୍ରଶାସନ ପକ୍ଷରୁ ରାଞ୍ଚିରେ କର୍ଫ୍ୟୁ ଲଗାଯାଇଛି । ଘରୁ ବାହାରିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି । ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସେହିଭଳି ପଶ୍ଚିମବଙ୍ଗର ହାୱ଼ାରେ ଜୁନ୍ ୧୩ ଯାଏ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ୭୦ ଜଣଙ୍କୁ ଗିରଫ କରିଛି ପୋଲିସ ।

ଉତ୍ତରପ୍ରଦେଶର ସହରାନପୁରରେ ୪୮ ଜଣଙ୍କୁ ପୋଲିସ ଗିରଫ କରିଛି । ତା ଛଡ଼ା ପ୍ରୟାଗରାଜରେ ୭୦, ହାଥରସରେ ୫୦, ଆମ୍ବେଡକରନଗରରେ ୨୮, ମୁରଦାବାଦରେ ୨୫, ଫିରୋଜବାଦରେ ୮ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.