Latest Odisha News

ବେଦାନ୍ତ ଆଲୁମିନିୟମର ଜଳ ସେବା ଶିବିର; ୧୦ ହଜାର ଲୋକ ଉପକୃତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ବେଦାନ୍ତ ଆଲୁମିନିୟମ ଗତ ମାସରେ ପ୍ରବଳ ଖରାକୁ ଦୃଷ୍ଟି ଦେଇ ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି ।

ଭୁବନେଶ୍ୱର ମୁନିସିପାଲ ନିଗମ ସହଯୋଗରେ ବର୍ତମାନ ଏହା ସ୍ଥାନୀୟ ଲୋକମାନଙ୍କୁ ସେବା ପ୍ରଦାନ କରୁଛି । ଜଳ ଶିବିରରେ ଲୋକମାନଙ୍କୁ ଶୀତଳ ପାଣି, ଲେମ୍ବୁ ପାଣି ଓ ଘୋଳ ଦହି ବିନା ମୂଲ୍ୟରେ ପ୍ରଦାନ କରାଯାଉଛି ।

ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ଜଳ ସେବା ଶିବିର ଦ୍ୱାରା ଉପକୃତ ହେଉଛନ୍ତି । ଏହି ଜଳ ଶିବିର ଗୁଡ଼ିକୁ ସ୍ୱେଛାସେବୀ ସଂଗଠନ-ଦୀଶା ଓ ଅଟୋ ମହାସଂଘ , ବାଇଓଗ୍ରାମ ଏକ ମହିଳା ଷ୍ଟାର୍ଟଅପ ର ନେତୃତ୍ୱ ରେ ପରିଚାଳନା କରୁଛନ୍ତି ।

 

ବେଦାନ୍ତ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକ ଉପକୃତ ହୋଇ ପାରୁଛନ୍ତି । ଏମସ ହସପିଟାଲ ଅଂଚଳରୁ ଆସିଥିବା ଭୋଳା ମହାନ୍ତି ଏହି ଶିବିରରେ ଘୋଳ ଦହି ପିଇ ସାରିବା ପରେ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ଥାପିତ ଏହି ଶିବିର ଅତ୍ୟନ୍ତ ପ୍ରଶଂସନୀୟ ।

ଆଉ ଜଣେ ଯାତ୍ରୀ ସୁୟାଶ ମହାପାତ୍ର ମାଷ୍ଟର କ୍ୟାଂଟିନ ଅଂଚଳର ସ୍ଥାପିତ ଶିବିରକୁ ପ୍ରଶଂସା କରି କହିଛନ୍ତିଯେ ଖରା ଦିନେ ଲୋକମାନଙ୍କୁ ଜଳସେବା ଯୋଗାଇବା ଏକ ମହତ କାମ । ବେଦାନ୍ତର ଏହି କାର୍ଯ୍ୟ ସର୍ବଦା ପ୍ରଶଂସନୀୟ ।

କିଟ ଛକରେ ଥିବା ଶିବିରକୁ ଆସିଥିବା ଜଣେ ଛାତ୍ର ଚନ୍ଦନ କର କହିଛନ୍ତି ଯେ ବହୁ ସଂସ୍ଥା ଜଳ ସେବା ଶିବିର ସ୍ଥାପନ କରୁଛନ୍ତି କିନ୍ତୁ ତାହା ଅଳ୍ପ ଦିନ ପାଇଁ । ଅନ୍ୟପକ୍ଷରେ ବେଦାନ୍ତ ଗତ ଏକ ମାସ ରୁ ଉର୍ଧ ଧରି ଏହି ଶିବିର ପରିଚାଳନା କରି ଆସୁଛି ଓ ଏହା ଦ୍ୱାରା ବହୁ ଲୋକ ଉପକୃତ ହୋଇ ପାରୁଛନ୍ତି ।

ଏହି ଶିବିରକୁ ପ୍ରଶଂସା କରି ସୁଲୋଚନା ଦାସ, ମେୟର ଭୁବନେଶ୍ୱର କହିଛନ୍ତି ଯେ ଏହି ପ୍ରବଳ ଖରାରେ ଲୋକ ତଥା ପଶୁ-ପକ୍ଷୀଙ୍କ ପାଇଁ ଜଳଦାନର ଆବଶ୍ୟକତା ବହୁ ଗୁରୁତ୍ୱପୂର୍ଣ୍ଣ ।

ରାହୁଲ ଶର୍ମା ସିଇଓ-ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ “ଉପଯୁକ୍ତ ସମୟରେ ଭୁବନେଶ୍ୱରର ଲୋକମାନଙ୍କୁ ଜଳ ସେବା ପ୍ରଦାନ କରାଯାଇ ପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ” । ବେଦାନ୍ତ ଆଲୁମିନିୟମର ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକର ଲକ୍ଷ୍ୟ ହେଉଛି ଓଡ଼ିଶାର ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ଓ ଆମେ ଲୋକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।

Leave A Reply

Your email address will not be published.