Latest Odisha News

[ଦେଖନ୍ତୁ ଭିଡିଓ] କେନ୍ଦ୍ରର ‘ଅଗ୍ନିପଥ’ ଯୋଜନାକୁ ନେଇ କଟକରେ ଆକ୍ରୋଶ

କଟକ: ‘ଅଗ୍ନିପଥ’କୁ ନେଇ ନିଆଁ ଜଳୁଛି । ବିହାର, ରାଜସ୍ଥାନ ଓ ହରିୟାଣା ପରେ ଓଡ଼ିଶାରେ ବି ‘ଅଗ୍ନିପଥ’ ସ୍କିମକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି । ଆଜି କଟକ ଆର୍ମି ନିଯୁକ୍ତି ଅଫିସ୍ ପାଖରେ ‘ଅଗ୍ନିପଥ’କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବଗୋଷ୍ଠୀ । ଶତାଧିକ ଯୁବକ ରାସ୍ତା ଉପରେ ବିକ୍ଷୋଭ କରିବା ବେଳେ ଠେଙ୍ଗାବାଡ଼ି ଧରିଥିବା ନଜର ଆସିଛନ୍ତି ।

‘ଅଗ୍ନିପଥ’ ସ୍କିମକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ବିକ୍ଷୋଭକାରୀ । ପୋଲିସ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ବୁଝାଇବାକୁ ଉଦ୍ୟମ କରିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରେ ମୃଦୁ ଲାଠି ଚାଳନା କରିଛି ପୋଲିସ ।

Leave A Reply

Your email address will not be published.