Latest Odisha News

BREAKING NEWS

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି ।

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ମାଲକାନଗିରି ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଥିଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ । ଜିଲ୍ଲା ସମ୍ପାଦକ କେ. ବାଲ୍ ରାଜୁ ଆଚାରୀଙ୍କ ନେତୃତ୍ୱରେ ଆଜି ସମସ୍ତ କର୍ମକର୍ତ୍ତା ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରିଥିଲେ । ଅଚ୍ଛେ ଦିନ ବାହାନାରେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଚାଷୀ ନୁହେଁ ବରଂ ମଧ୍ୟବିତ୍ତ ପରିବାର ଉପରେ ମଧ୍ୟ ଚାବୁକ ମାଡ କରିଥିବା ଜିଲ୍ଲା ସମ୍ପାଦକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.