Latest Odisha News

BREAKING NEWS

ଆନ୍ଦୋଳନରତ ରେସଲର ଗଙ୍ଗାରେ ଫିଙ୍ଗିବେ ମେଡାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ଦୁଷ୍କର୍ମ ମାମଲାରେ ଦଣ୍ଡିତ କରିବା ସେମାନଙ୍କ ଦାବୀ ରହିଥିଲା । ନୂତନ ସଂସଦ ଭବନ ଅଭିମୁଖେ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଯନ୍ତରମନ୍ତରରୁ ତମ୍ବୁ ଉଠାଇ ଦେଇଥିଲା । ଏବେ ରେସଲରମାନେ ମଙ୍ଗଳବାର ସେମାନେ ହାସଲ କରିଥିବା ଅଲିମ୍ପିକ ମେଡାଲକୁ ଗଙ୍ଗାରେ ବିସର୍ଜନ କରିବେ ବୋଲି ଭିନେଶ ଫୋଗଟ କହିଛନ୍ତି । ସେ ଏ ନେଇ ସୋସିଆଲ ମିଡିଆରେ ଟୁଇଟ ମଧ୍ୟ କରିଛନ୍ତି । ସନ୍ଧ୍ୟା ବେଳେ ହରିଦ୍ୱାର ନିକଟରେ ସେମାନେ ପଦକ ଭସାଇବେ ।

ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନ ନେଉଥିବାରୁ ଆମେ ଏ ଭଳି ନିଷ୍ପତି ନେଇଛୁ ବୋଲି ସେ କହିଛନ୍ତି । ଆମ ପ୍ରତି ଯେଉଁଭଳି ଅନ୍ୟାୟ ହେଉଛୁ ତାହା ଅସହ୍ୟ । ଏବେ ଭାବୁଛୁ କାହିଁକି ଦେଶ ପାଇଁ ପଦକ ଜିତୁଥିଲୁ । ଆମକୁ ଏହି ପଦକର ଆବଶ୍ୟକତା ନାହିଁ । ସେହି ଗୌରବମୟ ମୂହର୍ତ ଆମର ମନେ ଅଛି । ଆମେ ଏବେ ପଦକଗୁଡିକୁ ଗଙ୍ଗାରେ ଭସେଇଦେବୁ । ସୂଚନାଯୋଗ୍ୟ, ରେସଲରଙ୍କ ଅଭିଯୋଗ କ୍ରମେ ପୋଲିସ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.