Latest Odisha News

BREAKING NEWS

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ ରାଜ୍ୟରେ କୋଭିଡ ବିରୋଧରେ ରଣନୀତି ଚାଲିଛି ସେଭଳି ଆଉ କିଛିଦିନ ଚାଲୁ ରଖିବା ଦରକାର ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

BjdElectrycity

ରାଜ୍ୟରେ ଏବେ ସୁଧୁରୁଛି କରୋନା ସ୍ଥିତି । ଯେଉଁ ଜିଲ୍ଲାରେ ସଂଖ୍ୟା ଟିକିଏ ଅଧିକ ରହୁଛି, ସେଠାରେ ମଧ୍ୟ ସ୍ବାଭାବିକ୍ ହେବ ସ୍ଥିତି । ଗୁରୁତ୍ବପୂର୍ଣ୍ଣ ବିଷୟ ଯେ, ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ବି ଆଶଙ୍କା ସଂପୂର୍ଣ୍ଣ ଭାବେ ଦୂର ହୋଇନାହିଁ । ଯଦି ନିୟମର ଖିଲାପ କରିବା ତେବେ ପୁଣି ବଢ଼ିପାରେ ସଂକ୍ରମଣ । ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.