Latest Odisha News

BREAKING NEWS

ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ଜନଶୁଣାଣି

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ାଠାରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡର ଗନ୍ଧଳପଡ଼ା ଲୁହା ଖଣିର ପରିବେଶ ମଞ୍ଜୁରି ପାଇଁ ବୁଧବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଗନ୍ଧଳପଡ଼ା, ଗୁଆଳି ଓ ବରପଡ଼ାଠାରେ ୨୪୧.୧୦ ହେକ୍ଟର ଜମିରେ ମୋଟ ୧୮ ଏମଟିପିଏ ଖନନ ସହ ବାର୍ଷିକ ୧୦ ନିୟୁତ ଟନ୍ (ଏମଟିପିଏ) ଉତ୍ପାଦନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କେନ୍ଦୁଝର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ଉପସ୍ଥିତିରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘସିରାମ ମୁର୍ମୁ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ନୂଆ ଡାକ୍ତରଖାନା, ପରିବେଶ ଉନ୍ନତି, ନୂଆ ଜଙ୍ଗଲ ସୃଷ୍ଟି, ସ୍ୱାସ୍ଥ୍ୟ ସେବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଆଦି ଦାବି କରି ଅଞ୍ଚଳବାସୀ କମ୍ପାନୀକୁ ସମର୍ଥନ ଜଣାଇଛନ୍ତି। ବୈଠକ ଶେଷରେ ଓଏମ୍ କ୍ୟୁର ଜିଏମ୍ ଅତୁଲ କୁମାର ଭଟ୍ଟନାଗର ସ୍ଥାନୀୟ ଲୋକଙ୍କ ଦାବି ଉପରେ ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.