Latest Odisha News

BREAKING NEWS

ରାଜଧାନୀରେ ପ୍ରବଳ ବର୍ଷାରେ ଭାଙ୍ଗିଗଲା ପୂଜା ପେଣ୍ଡାଲ୍

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସାରା ଓଡିଶାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଦିନ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରସୁଲଗଡରେ ଏକ ନିର୍ମାଣାଧୀନ ପେଣ୍ଡାଲ୍ ଭୁଶୁଡି ପଡିଛି।

ପ୍ରବଳ ବର୍ଷା ହେତୁ ୩୦ ଫୁଟ ଉଚ୍ଚ ଏବଂ ୨୦ ଫୁଟ ଚଉଡା ଲାଇଟ୍ ଗେଟ୍ ସଂପୂର୍ଣ୍ଣ ଭୁଶୁଡି ପଡିଥିଲା। ଯାହା ଫଳରେ ଏହି ରାସ୍ତାରେ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା।

ରସୁଲଗଡ ଦୁର୍ଗା ପୂଜା କମିଟି ଚଳିତ ଥର ଗୁଜୁରାଟର ପ୍ରସିଦ୍ଧ ସ୍ବାମୀ ନାରାୟଣ ମନ୍ଦିରର ପ୍ରତିକୃତି ତିଆରି କରୁଛନ୍ତି। ଯାହା ୮୦ଫୁଟ ଉଚ୍ଚ ଏବଂ ୧୨୦ ଫୁଟ ଚଉଡା ହେବ।

Comments are closed.