ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ସାଭରକରଙ୍କ ଉପରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପୁଣେର ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାମିନ ଦେଇଛନ୍ତି। ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ ମନ୍ତବ୍ୟରେ ରାହୁଲଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମାର୍ଚ୍ଚ ୨୦୨୩ରେ ଲଣ୍ଡରେ ବିନାୟକ ଦାମୋଦର ସାଭରକରଙ୍କ ଉପରେ କଥିତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାହୁଲ ତାଙ୍କ ଭାଷଣରେ ସାଭରକର ଲେଖିଥିବା ଏକ ପୁସ୍ତକର ଉଦାହରଣ ଦେଇ ତାଙ୍କ ଉପରେ କିଛି ଟିପ୍ପଣୀ କରିଥିଲେ। ଅଭିଯୋଗକାରୀ କହିଥିଲେ ଯେ ରାହୁଲ ଗାନ୍ଧୀ ଜାଣିଶୁଣି ବିଦେଶରେ ସାଭରକରଙ୍କ ଛବିକୁ ଖରାପ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହାକୁ ବିରୋଧ କରି କୋର୍ଟରେ ମାମଲା ରୁଜୁ ହୋଇଥିଲା ।
ଏମପି/ଏମଏଲଏ କୋର୍ଟରେ ରାହୁଲ ଗାନ୍ଧୀଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର ହୋଇଥିଲେ ।
ଏହାପରେ ୨୫ ହଜାର ଟଙ୍କାର ଜାମିନ ବଣ୍ଡରେ ରାହୁଲଙ୍କ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ। ଏଥି ପାଇଁ ବରିଷ୍ଠ କଂଗ୍ରେସ ନେତା ମୋହନ ଯୋଶି କୋର୍ଟରେ ଜାମିନଦାର ଭାବେ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୮ ତାରିଖରେ ହେବ ବୋଲି ଜଣାପଡ଼ିଛି ।