Latest Odisha News

BREAKING NEWS

ଛାତ୍ରୀବାସରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲେ ୪୦ ଛାତ୍ରୀ , ଚାଲିଗଲା ୱାଚମ୍ୟାନଙ୍କ ଜୀବନ

ପୁଣେ: ପୁଣେ ସହରର ଶାନିପର ଅଞ୍ଚଳରେ ଏକ ଛାତ୍ରବାସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ୪୦ରୁ ଅଧିକ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୱାଚମ୍ୟାନଙ୍କର ମୃତ୍ୟୁ ଘଟିଛି ।ତେବେ ଗତକାଲି ଅଧରାତିରେ ଏଭଳି ଭୟାଭୟ କାଣ୍ଡ ଘଟିଛି ।

ସୂଚନାନୁଯାୟୀ, ମହାରାଷ୍ଟ୍ର ପୁଣେ ସହରରେ ଏକ ପାଞ୍ଚ ମହଲା ବିଶିଷ୍ଟ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାଟି ଗୁରୁବାର ଦିନ ରାତି ୧ ଟା ୩୦ରେ ଘଟିଥିଲା । ଏହା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର କରିଥିଲେ ସ୍ଥାନୀୟ ଲୋକେ । ହେଲେ ଅଗ୍ନିଶମ ବାହିନୀଙ୍କ ଆସିବା ପୂର୍ବରୁ ସ୍ଥାନୀୟ ଲୋକେ ଛାତ୍ରୀମାନଙ୍କୁ ଉଦ୍ଧାର କରିସାରିଥିଲେ । ବିଲ୍ଡିଂର ପ୍ରଥମ ମହଲା ଆଗ ନିଆଁ ଲାଗିଥିଲା ପରେ ଏହା ବ୍ୟାପି ସମଗ୍ର ବିଲ୍ଡିଂରେ ହୁତୁହୁତୁ ହୋଇ ନିଆଁ ଲାଗିଥିଲା । ଏନେଇ ପୋଲିସ କହିଛନ୍ତି, ଉଦ୍ଧାର ସମୟରେ ଜଣେ ବ୍ୟକ୍ତିଙ୍କୁ ବେହୋସ ଅବସ୍ଥାରେ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ବ୍ୟକ୍ତିଜଣଙ୍କ ସେଠିକାର ଓ୍ବାଚମ୍ୟାନ ବୋଲି ଜଣାପଡିଛି । ତେବେ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.