Latest Odisha News

ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା, ୫ ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର

ମୁମ୍ବାଇ: ମହାରାଷ୍ଟ୍ର କୋହ୍ଲାପୁରରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ୫ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏବେବି ବିପଦ ସଙ୍କେତ ଉପରେ ରହିଛି ପଞ୍ଚଗଙ୍ଗା ନଦୀର ଜଳସ୍ତର। ବନ୍ୟା ଯୋଗୁଁ ୧୦ଟି ରାଜ୍ୟ ରାଜପଥ ସହ ୫୪ଟି ରାସ୍ତାରେ ଯାତାୟାତ ଠପ୍‌ ହୋଇଛି। ବନ୍ୟାରେ ୨୦୦ରୁ ଅଧିକ ଘର ନଷ୍ଟ ହୋଇଥିବା ବେଳେ ୩ ହଜାର ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯାଇଛି।

କୋହ୍ଲାପୁର ଜିଲ୍ଲାପାଳ ଅମୋଲ ୟେଡଗେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ସହରର ସୁତାରୱାଡା ଏବଂ କୁମ୍ଭାରୱାଡାର ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି। ଅନ୍ୟପଟେ ଆଜି ପାଇଁ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି ବିଭାଗ। ରତ୍ନଗିରି, ରାଇଗଡ଼, ସିନ୍ଦୁଦୁର୍ଗ, ପୁଣେ ଓ ସତାରା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।

ସେପଟେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇରେ ଥିବା ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିଲେ । ଭଗ୍ନ ବିଲଡିଂ ତଳେ ଅନେକ ଲୋକ ଦବି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ଓ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Comments are closed.