Latest Odisha News

ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ପିତାମାତାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ପୂଜାଙ୍କ ମା, ବାପାଙ୍କ ନାମରେ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି ।

ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା ଅଭିଯୋଗ ହେବା ପରେ ଏନେଇ ରୁଜୁ ହୋଇଛି ମାମଲା।

ଭାଇରାଲ ଭିଡିଓରେ ମନୋରମା ବନ୍ଧୁକ ଦେଖାଇ କିଛି ଲୋକଙ୍କୁ ଧମକାଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓ ଗତ ବର୍ଷର ବୋଲି ଜଣାଯାଇଛି। ସେ କିଛି ଚାଷୀଙ୍କ ଜମି କବଜା କରିବା ନିମନ୍ତେ ଧମକାଉଥିବା ଅଭିଯୋଗ ହୋଇଥିଲା।

Comments are closed.