Latest Odisha News

ପୁନୀତ ରାଜକୁମାର ହେବେ ୧୦ମ କର୍ଣ୍ଣାଟକ ରତ୍ନ

ବାଙ୍ଗାଲୋର: କର୍ଣ୍ଣାଟକ ସରକାର ମଙ୍ଗଳବାର ପୁନୀତ ରାଜକୁମାରଙ୍କୁ ମରୋଣତର କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ସେ ୧୦ମ ନାଗରିକ ଭାବେ ଏହି ସମ୍ମାନର ଅଧିକାରୀ ହେବେ । ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଏହା ଘୋଷଣା କରିବା ପରେ ପୁନୀତଙ୍କ ପ୍ରଶଂସକଙ୍କ ମଧ୍ୟରେ ଏ ନେଇ ଖୁସୀର ଲହରୀ ଖେଳିଯାଇଛି ।

୧୯୯୨ରେ ପୁନୀତଙ୍କ ବାପା ଡା.ରାଜକୁମାରଙ୍କୁ ୧୯୯୨ରେ କବି କୁମ୍ବେପୁଙ୍କ ସହ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇଥିବା ଅନ୍ୟ ମହାନ ବ୍ୟକ୍ତିମାନେ ହେଲେ ନିଜଲିଙ୍ଗାପ୍ପା (ରାଜନୀତି), ସିଏନଆର ରାଓ (ବିଜ୍ଞାନ), ଦେବୀ ପ୍ରସାଦ ଶେଟ୍ଟୀ (ଚିକିତ୍ସା), ଭୀମସେନ ଯୋଶୀ (ସଙ୍ଗୀତ), ଶିବକୁମାର ସ୍ୱାମୀଜୀ (ସମାଜସେବା) ଓ ଜେ.ଜାବରଗୌଡା (ଶିକ୍ଷା ଓ ସାହିତ୍ୟ) । ପୁନୀତ ରାଜକୁମାରଙ୍କୁ ଅମର କରିବା ପାଇଁ ଯାହା କିଛି ସମ୍ଭବ କରାଯିବ ତାହା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.