Latest Odisha News

ପଞ୍ଜାବ ଜିତିଲା ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ

ମୋହାଲୀ: ବରୋଦାକୁ ୨୦ ରନରେ ପରାସ୍ତ କରି ପଞ୍ଜାବ ପ୍ରଥମ ଥର ପାଇଁ ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୨୩ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୬୧ ବଲରେ ୧୧୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ନେହାଲ ୱାଧେରା ୨୭ ବଲରୁ ୬୧ ରନ କରି ଅପରାଜିତ ରହିଥିଲେ । ବରୋଦା ପକ୍ଷରୁ କୃଣାଳ ପାଣ୍ଡ୍ୟା ଓ ଅତୀତ ସେଠ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ୨୨୪ ରନର ଲକ୍ଷ୍ୟକୁ ପିଛା କରି ବରୋଦା ୭ ୱିକେଟ ବିନିମୟରେ ୨୦୩ ରନ ସଂଗ୍ରହ କରିଥିଲା । ଅଭିମନ୍ୟୁସିଂ ରାଜପୁତ ୬୧, କୃଣାଳ ପାଣ୍ଡ୍ୟା ୪୫ ଓ ନିନାଦ ରାଥୱା ୪୭ ରନ କରିଥିଲେ ।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଅନୋମଲପ୍ରୀତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଏହା ପୂର୍ବରୁ ପଞ୍ଜାବ ୪ଥର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନ ଥିଲା । ୧୯ତମ ଓଭରରେ ଅର୍ଶଦୀପ ୩ଟି ୱିକେଟ ନେଇ ବରୋଦା ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ଶେଷ ଓଭରରେ ବିଜୟ ପାଇଁ ୨୯ ରନ ଆବଶ୍ୟକ ହେଉଥିବା ବେଳେ ବରୋଦା ବ୍ୟାଟ୍ସମ୍ୟାନ ୮ ରନ କରିବାକୁ ସକ୍ଷମ ହୋଇଥିଲେ ।

Comments are closed.