Latest Odisha News

BREAKING NEWS

ଜାତୀୟ ପତାକାକୁ ଅପମାନ, ପଞ୍ଜାବର ମୋଗାରେ ଉଡିଲା ଖଲିସ୍ତାନ ପତାକା

ମୋଗା: ସ୍ୱତନ୍ତ୍ରତା ଦିବସରେ କିନ୍ତୁ ପଞ୍ଜାବରୁ ଏକ ଖରାପ ଖବର ଆସିଛି । କେତେକ ଅସାମାଜିକ ଗୋଷ୍ଠୀ ମୋଗା ଜିଲାର ପ୍ରଶାସନିକ ବିଭାଗ ଉପରେ ଖଲିସ୍ତାନ ପତାକା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ଅମରିନ୍ଦର ସିଂ ଏହା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅଜ୍ଞାତ ଯୁବକଙ୍କ ବିଷୟରେ ପୋଲିସକୁ ଜଣାଇଲେ ୫୦,୦୦୦ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏମାନେ ଜାତୀୟ ପତାକାକୁ ଅପମାନ କରିଛି । ଏହାର ଦଣ୍ଡ ସେମାନେ ନିଶ୍ଚିତ ଭାବେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଖଲିସ୍ତାନ ସଂଗଠନ ଶିଖ ଫର ଜଷ୍ଟିସ ଲାଲ କିଲାରେ ସେମାନଙ୍କ ପତାକା ଉଡାଇବା ପାଇଁ ୧ ଲକ୍ଷ ୨୫ ହଜାର ଡଲାର ପୁରସ୍କାର ରାଶି ରଖିଥିଲେ । ମାତ୍ର ଏଥିରେ ସେମାନେ ସଫଳ ହୋଇ ନ ଥିଲେ । ଆତଙ୍କବାଦୀ ଗୁରପନ୍ତ ସିଂ ପନ୍ନୁ ଏବଂ ଏହାର ସଂଗଠନର ଦେଶ ବିରୋଧୀ ପ୍ରଚାରରେ ସାମିଲ ନ ହେବା ପାଇଁ ଅମରିନ୍ଦର କହିଛନ୍ତି ।

Leave A Reply

Your email address will not be published.