Latest Odisha News

ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ‘ଘରେ ଘରେ ରାସନ’ ଯୋଜନା ସ୍ଥଗିତ

ଚଣ୍ଡିଗଡ଼: ପୁଣି ପଞ୍ଜାବ ସରକାରଙ୍କୁ ଝଟକା। ‘ଘରେ ଘରେ ରାସନ’ ଯୋଜନାକୁ ସ୍ଥଗିତ ରଖିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ପଞ୍ଜାବ ସରକାରଙ୍କ ଦ୍ୱାରା ରାସନର ହୋମ ଡେଲିଭିରି ଯୋଜନାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପହିଲା ଅକ୍ଟୋବରରୁ ଘରେ ଘରେ ରାସନ ବିତରଣ କରିବାର ଯୋଜନା କରିଥିଲା ପଞ୍ଜାବ ସରକାର।

ଏହି ଯୋଜନା ସମ୍ପର୍କରେ ହାଇକୋର୍ଟ ପଞ୍ଜାବ ସରକାରଙ୍କୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ସେପ୍ଟେମ୍ବର 28 ସୁଦ୍ଧା ଏହାର ଉତ୍ତର ଦେବାକୁ କହିଛନ୍ତି। ତୃତୀୟ ପାର୍ଟି ରାଇଟସ୍ କ୍ରିଏଟ କରାଯାଇଥିବା ମାମଲାରେ ସରକାରଙ୍କୁ ଏହି ନୋଟିସ ଜାରି କରାଯାଇଛି।

ହାଇକୋର୍ଟରେ NFSA ଡିପୋ ହୋଲଡରଙ୍କ ଦ୍ୱାରା ଏକ ପିଟିସନ ଦାଖଲ କରାଯାଇଥିଲା, ଯାହା ଉପରେ ମଙ୍ଗଳବାର କୋର୍ଟ ଶୁଣାଣି କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କୁ ବିଜ୍ଞପ୍ତି ପ୍ରଦାନ କରାଯାଇଛି। ଡିପୋ ହୋଲଡରମାନେ ରାଜ୍ୟ ସରକାରଙ୍କ ଯୋଜନାକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେମାନେ ବର୍ଷ ବର୍ଷ ଧରି ସରକାର ଚଳାଉଥିବା ଉଚିତ ମୂଲ୍ୟ ଦୋକାନ ଚଳାଉଛନ୍ତି। ବର୍ତ୍ତମାନ ସରକାର ଅଟାର ହୋମ ଡେଲିଭିରି କରିବାକୁ ଯୋଜନା କରିଛନ୍ତି। ଯାହା ମାଧ୍ୟମରେ ସରକାର ସେମାନଙ୍କୁ ଏହି କାର୍ଯ୍ୟରୁ ବାହାର କରି ନୂତନ ଏଜେନ୍ସି ଏବଂ ବେସରକାରୀ ସଂସ୍ଥାକୁ ଏହି କାର୍ଯ୍ୟ ଦେଉଛନ୍ତି।

ଆବେଦନ ଅନୁଯାୟୀ ଏହି ଯୋଜନା ପାଇଁ ଟେଣ୍ଡର ମଧ୍ୟ ମଗାଯାଇଛି। ଉକ୍ତ ଯୋଜନା 1 ଅକ୍ଟୋବରରୁ କାର୍ଯ୍ୟକାରୀ ହେବ। ଯାହା ବିରୋଧରେ ହାଇକୋର୍ଟରେ ଏହି ଆବେଦନ କରାଯାଇଛି। ସୂଚନା ଥାଉକି, ଉକ୍ତ ଯୋଜନାକୁ ନେଇ ପଞ୍ଜାବ ସରକାର ସମ୍ପୂର୍ଣ୍ଣ ଉତ୍ସାହର ସହିତ ପ୍ରଚାର କରିଥିଲେ। ସେ ଏକ ଅଭିଯାନ କରି କହିଥିଲେ, ବର୍ତ୍ତମାନ ଗରିବ ଲୋକଙ୍କୁ ରାସନ ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡ଼ିବ ନାହିଁ। ଅଟା-ଡାଲି ସ୍କିମ୍ ଏବଂ ଅନ୍ୟାନ୍ୟ ଯୋଜନା ଅନୁଯାୟୀ ରାସନ ହିତାଧିକାରୀଙ୍କ ଘରେ ଘରେ ପହଞ୍ଚାଇ ଦିଆଯିବ।

Comments are closed.