ନୂଆଦିଲ୍ଲୀ: ଆମେରିକାରୁ ପଞ୍ଜାବୀମାନଙ୍କୁ ନିର୍ବାସିତ କରାଯିବା ପରେ ଭଗବନ୍ତ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ସରକାର ପ୍ରାୟ ୪୦ ଜଣ ଟ୍ରାଭେଲ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି। କିଛି ଆଇଇଏଲଟିଏସ କେନ୍ଦ୍ରର ଲାଇସେନ୍ସ ମଧ୍ୟ ସରକାର ବାତିଲ କରିଛନ୍ତି।
ସୂଚନା ଅନୁଯାୟୀ ଅମୃତସର ପୋଲିସ ସହରରେ ବେଆଇନ ଭାବରେ କାମ କରୁଥିବା ଟ୍ରାଭେଲ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟମାନଙ୍କୁ ବେଆଇନ ଭାବରେ ବିଦେଶ ପଠାଉଥିବା ଏହି ଟ୍ରାଭେଲ ଏଜେଣ୍ଟମାନଙ୍କ ବିରୋଧରେ କ୍ରମାଗତ ଭାବେ ମାମଲା ରୁଜୁ କରାଯାଉଛି।
ଅପରପକ୍ଷରେ ପଞ୍ଜାବରୁ ବେଆଇନ ବିଦେଶ ଯାତ୍ରା କରାଯାଉଥିବା ସମ୍ପର୍କିତ ଅନେକ ମାମଲା ସାମ୍ନାକୁ ଆସିଛି। ଏକ ଉନ୍ନତ ଜୀବନଶୈଳୀ ଚାହୁଁଥିବା ଲୋକମାନେ ବିପୁଳ ଟଙ୍କା ବିନିମୟରେ ସେଠାକୁ ଯାଇଥାନ୍ତି। ଏପରିକି ସେମାନଙ୍କୁ ନକଲି ଭିସାରେ ପଠାଯାଇଥାଏ। ଏହି ବ୍ୟବସ୍ଥାକୁ ‘ଡଙ୍କି ରୁଟ୍’ କୁହାଯାଏ। ରିପୋର୍ଟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ପଞ୍ଜାବରେ ଟ୍ରାଭେଲ ଏଜେଣ୍ଟମାନଙ୍କ ବିରୋଧରେ ୩୨୦୦ରୁ ଅଧିକ ମାମଲା ରୁଜୁ ହୋଇଛି।
Comments are closed.