Latest Odisha News

BREAKING NEWS

ବସ୍ ଯିବା ପରେ ପରେ ଧସିଗଲା ରାସ୍ତା; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ଧସିଗଲା ପୁରୀ  ଚକ୍ରତୀର୍ଥ ରୋଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ଯିବା ପରେ ଧସିଗଲା ରାସ୍ତା । ରାସ୍ତା ମଝିରେ ବିରାଟ ଗାତ । ଏହାକୁ ନେଇ ଏବେ ପୁରୀବାସିନ୍ଦାଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଆଜି ସକାଳୁ ସକାଳୁ  ପୁରୀ  ଚକ୍ରତୀର୍ଥ ରୋଡରେ ଦେଖିବାକୁ ମିଳିଥିଲା ବିରାଟ ଗାତ ।  ରାସ୍ତା ମଝିରେ ଥିଲା ୫ ଫୁଟର ଗାତ ।  ନିମ୍ନମାନର କାମ ଯୋଗୁ ରାସ୍ତା ଦବି ଯାଇ ଏପରି ଗାତ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏ ବିରାଟ ଖାଲରେ ଯେ କୌଣସି ସମୟରେ କିଛି ବି ଦୁର୍ଘଟଣା ଘଟିପାରେ ।  ଯାହାଫଳରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଚକ୍ରତୀର୍ଥ ରୋଡ୍ ଏକ ସମ୍ବେଦନଶୀଳ ଜନଗହଳିପୂର୍ଣ୍ନ ରାସ୍ତା ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଏହି ବାଟ ଦେଇ ଯାତାୟାତ କରିଥାନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ଆଜି ସକାଳୁ ଏକ ବସ୍ ଯାତ୍ରୀ ନେଇ ଏହି ରାସ୍ତାରେ ଯାଉଥିଲା । ବସଟି ପାସ କରିବା ପରେ ପରେ ହଠାତ ରାସ୍ତା ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ବସରେ ଥିବା ଯାତ୍ରୀ।

ପୂର୍ତ୍ତବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି। ସକାଳ 10ଟାରୁ ଏ ଘଟଣା ଘଟିଥିଲେ ମଧ୍ୟ ଅପରାହ୍ନ 2ଟାପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସେଠାକୁ ଆସିନଥିବା ଅଭିଯୋଗ ହୋଇଛି।

ତେଣୁ ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ତିଆରି କରିବାକୁ ସବୁରି ମହଲରେ ଦାବି ଉଠିଥିବା ବେଳେ ଉଭୟପଟୁ ରାସ୍ତାକୁ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ସିଲ୍ କରାଯାଇଛି। ସେପଟେ ରାସ୍ତା ପାର୍ଶ୍ଵରେ ହୋଟେଲ୍ କରି ଚଳୁଥିବା ବେପାରୀ ମାନଙ୍କର ବେପାର ଠପ୍ ମଧ୍ୟ ହୋଇଯାଇଛି।

Comments are closed.