Latest Odisha News

ବାଣ ବିସ୍ଫୋରଣ ଟ୍ରାଜେଡି, ୪ ବାଣ ବ୍ୟବସାୟୀ ଗିରଫ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା । ୪ ଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ୪ ଜଣ ଅଭିଯୁକ୍ତ ହେଉଛନ୍ତି ଚାରିଛକ ଥାନା ଅନ୍ତର୍ଗତ ବ୍ରହକୁଣ୍ଡି ଗ୍ରାମର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ୱାଇଁ, ଜଗନ୍ନାଥ ରାଉତ ଓ ଓରପଟା ଗ୍ରାମର ବୁଦ୍ଧିଆ ଭୋଇ l ଏମାନଙ୍କ ଠାରୁ ୪୬ କେଜି ପୋଟାସିଅମ ନାଇଟ୍ରେଟ, ୮କିଲୋ ଗନ୍‌ ପାଉଡର, ୮୫ଟି ହାତଫୁଟା ବୋମା ସହ ବିପୁଳ ମାତ୍ରାରେ ବାଣ ଜବତ କରିଛି ପୁରୀ ପୋଲିସ। ଗିରଫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ, ସୂଚନା ଅନୁସାରେ, ଗତ ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଅଘଟଣ । ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍ଟରିଣୀ ନିକଟରେ ବାଣି ଫୁଟାଇ ଥିଲେ । ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା। ଘଟଣାରେ ଏକାଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବଢି ବର୍ତ୍ତମାନ ସୁଦ୍ଧା ୧୩ରେ ପହଞ୍ଚିଛି । ସେପଟେ ଗତକାଲି ୩ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ଏହି ୩ ଜଣଙ୍କୁ ମିଶାଇ ୯ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ତେବେ ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୭ଜଣଙ୍କର ଚିକିତ୍ସା ଜାରି ରହିଛି।

Comments are closed.