Latest Odisha News

BREAKING NEWS

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୧୨ ଜଣ ଚିକିତ୍ସାଧୀନ

ପୁରୀ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ସୋମବାର କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଜଣ । ଏହି ତିନି ଜଣଙ୍କୁ ମିଶାଇ ମୋଟ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ, ଗତ ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଅଘଟଣ । ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ଫୁଟାଇ ଥିଲେ । ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା। ଘଟଣାରେ ଏକାଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବଢି ବର୍ତ୍ତମାନ ସୁଦ୍ଧା ୧୫ରେ ପହଞ୍ଚିଛି ।

Leave A Reply

Your email address will not be published.