Latest Odisha News

BREAKING NEWS

ନଭେମ୍ବର ୧୯ରେ ପୁରୀ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା

ପୁରୀ: କଳିଙ୍ଗ ବଡି ବିଲଡିଂ ଫିଟନେସ୍ ଆସୋସିଏଶନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ୟୁନିଭର୍ସଲ ଲିଜେଣ୍ଡ କ୍ଲାସିକ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା । ଆସନ୍ତା ନଭେମ୍ବର ୧୯ ତାରିଖରେ ପୁରୀ ବେଳାଭୂମିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୧୦ ଲକ୍ଷ ଟଙ୍କା ଅର୍ଥରାଶି ସହ ୬ଟି ପ୍ରୋ କାର୍ଡ, ଇଣ୍ଟରନ୍ୟାଶନାଲ ଲେଭଲ ଟ୍ରଫି ଓ ମେଡାଲ ପୁରସ୍କାର ଭାବେ ପ୍ରଦାନ କରାଯିବ । ଏନେଇ ସ୍ଥାନୀୟ ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଏହି ଅବସରରେ କଳିଙ୍ଗ ବଡି ବିଲଡିଂ ଆସୋସିଏଶନ ତରଫରୁ ଏକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି । ଯେଉଁଥରେ ଆଗାମୀ ଦିନରେ ୟୁନିଭର୍ସାଲ ଲିଜେଣ୍ଡ କ୍ଲାସିକ, ମିଷ୍ଟର ଓ ମିସ୍ ଇଣ୍ଡିଆ ରାଜସ୍ଥାନ, ବିକ୍ରମ କ୍ଲାସିକ, ସ୍କାଡ କପ, ମିଷ୍ଟର ଓ ମିସ୍ ପୁରୀ, ମସଲ ମାନିଆ, ମିଷ୍ଟର ଓ ମିସ୍ ଓଡିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ସମ୍ପର୍କରେ ସୂଚନା ରହିଛି ।

ଏତଦ୍‌ବ୍ୟତୀତ ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ବର ବମିଖାଲଠାରେ ୧୭ ହଜାର ସ୍କୋୟାର ଫୁଟ ଅଞ୍ଚଳରେ ପୂର୍ବ ଭାରତର ସବୁଠୁ ବଡ଼ ଜିମ୍ ଖୋଲାଯିବ । ଏହା ଲିଜେଣ୍ଡ ମସଲ ଫ୍ୟାକ୍ଟେରୀର ଏକ ପ୍ରମୁଖ ଶାଖା ଭାବେ କାର୍ଯ୍ୟ କରିବ । ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ସୁବିଧା ଯେପରିକି ଏମଏମଏ ରିଙ୍ଗ, କ୍ରସ୍ପେଟ, ଡିଜେ ସ୍ଵିନିଙ୍ଗ, ଜୁମ୍ବା,ଏରୋବିକ୍ସ, ଫୁଡକୋର୍ଟ, ସ୍ପା, ସପ୍ଲିମେଣ୍ଟ ଭଳି ଅନେକ ସୁବିଧା ସୁଯୋଗ ଉପଲବ୍ଧ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ୱାର୍ଲଡ ଫିଟ୍‌ନେସ ଫେଡେରେଶନର ଓଡ଼ିଶା ସଭାପତି ରଞ୍ଜନ ମହାନ୍ତି ଓ ଚିଫ୍ ପାଟର୍ନ ପ୍ରଭୁଜୀ ଗୌରୀଶଙ୍କର ସିଂହାରୀ ସୂଚନା ଦେଇଛନ୍ତି ।

Comments are closed.