Latest Odisha News

ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆଜି ସ୍ଥଗିତ ରହିଲା

ପୁରୀ: ଆଜି ଉଚ୍ଛେଦ ହେବାକୁ ଥିବା ପୁରୀ ବଡ଼ ଆଖଡ଼ା ମଠ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଜିଲ୍ଲା ପ୍ରଶାସନ ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ପୁରୀ ଉପ-ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ଯେ, ମଠ ଭଙ୍ଗାଯିବା ସମ୍ପର୍କରେ ମଠର ମୁଖ୍ୟ ମହନ୍ତ ତଥା ଅନେକ ସାଧୁସନ୍ଥ ଏହାକୁ ଦୃଢ ବିରୋଧ କରିବା ଯୋଗୁଁ ଆଜି ଲାଗି ଭଙ୍ଗାକାର୍ଯ୍ୟ ସ୍ଥଗିତ ରହିଛି । ଏସମ୍ପର୍କରେ ମଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟ ମହନ୍ତଙ୍କ ସହିତ ଆଲୋଚନା ଜାରି ରହିଛି ।

ତେବେ ବଡ଼ ଆଖଡ଼ା ମଠର ମହନ୍ତ ହରି ନାରାୟଣ ଦାସ ଅଭିଯୋଗ କରି କହିଛନ୍ତି ଯେ, ମଠଟି ଅସୁରକ୍ଷିତ ଅବସ୍ଥାରେ ରହିଥିବା ନେଇ ଏକ କାଗଜରେ ଦସ୍ତଖତ କରିବାକୁ ପୁରୀ ଜିଲ୍ଲାପାଳ ଚାପ ସୃଷ୍ଟି କରୁଛନ୍ତି । “ମଠ ଅସୁରକ୍ଷିତ ଅବସ୍ଥାରେ ରହିଛି ବୋଲି ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ କେବେ କି କେହି ସୂଚନା ଦେଇନାହାନ୍ତି,” ବୋଲି କହିଛନ୍ତି ମଠର ମୁଖ୍ୟ ମହନ୍ତ ହରି ନାରାୟଣ ଦାସ ।

Leave A Reply

Your email address will not be published.