Latest Odisha News

BREAKING NEWS

ଗୋଆ ନାଇଟ୍‌ କ୍ଲବ ଅଘଟଣ; ପୁରୀରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର…

ପୁରୀ: ଗୋଆର ନାଇଟ୍‌ କ୍ଲବ ଓ ଭୁବନେଶ୍ୱର ବାରରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପୁରୀରେ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି। ପୁରୀର ପ୍ରତ୍ୟେକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ।

ଅଗ୍ନି ନିରାପତ୍ତା ନେଇ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସେମାନେ ପୁରୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି‌ବେ। ଯେଉଁମାନେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପାଇନାହାନ୍ତି ବା ଯେଉଁମାନଙ୍କର ଅଗ୍ନି ନିରାପତ୍ତା ନେଇ ସମସ୍ୟା ରହିଛି ସେମାନଙ୍କୁ ଚିହ୍ନଟ କରାଯିବ।

ଆଗକୁ ବଡ଼ ଦିନ ଓ ଇଂରାଜୀ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ପୁରୀରେ ହେବ। ଏଥିପାଇଁ ସମସ୍ତ ହୋଟେଲ ମାନଙ୍କରେ ପ୍ରବଳ ଭିଡ଼ ରହିଛି। ଏହି ପରିସ୍ଥିତିରେ ଅଗ୍ନି ନିରାପତ୍ତା ପ୍ରତ୍ୟେକ ହୋଟେଲ ମାନଙ୍କରେ ରହିବା ନିହାନ୍ତି ଆବଶ୍ୟକତା ରହିଛି l ବିଶେଷ କରି ପୁରୀରେ ଯେଉଁ ହୋଟେଲ କିମ୍ବା ଧର୍ମଶାଳା ଓ ଗେଷ୍ଟ ହାଉସ ସମେତ ସପିଙ୍ଗ ମଲ ଗୁଡ଼ିକ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।

 

Comments are closed.