Latest Odisha News

ପୁରୀ ବାଣ ଟ୍ରାଜେଡି, ଓଡ଼ିଶା ମାନବାଧିକାର କମିଶନର ତଦନ୍ତ ଆରମ୍ଭ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଘଟଣା ସ୍ଥଳୀକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ପୋଲିସ ସହ ମଧ୍ୟ ଆଲୋଚନା କରାଯାଇଛି ।

ସେପଟେ ଆବେଦନକାରୀ ତଥା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ପୋଲିସ ଉପସ୍ଥିତିରେ ଏସବୁ ହୋଇଥିଲା । ତେଣୁ ଏଥି ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବରେ ଦାୟୀ । ପୁରୀରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତାଙ୍କର ଦୁଇ ଏକର ଜମିକୁ ସେ ସରକାରଙ୍କୁ ଦାନ କରିବେ ବୋଲି କହିଛନ୍ତି । ଯେଉଁଥିରେ ସରକାର ବର୍ଣ୍ଣ ୱାର୍ଡ କରନ୍ତୁ ଯାହାଫଳରେ ଆଗକୁ ଏଭଳି ଦୁର୍ଘଟଣାରୁ ଲୋକେ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ମୃତକଙ୍କ ଭାଇ ।

ସୂଚନାଯୋଗ୍ୟ ଯେ, ଗତ ମେ’ ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଅଘଟଣ । ପରମ୍ପରା ଅନୁଯାୟୀ ନରେନ୍ଦ୍ର ପୁଷ୍ଟରିଣୀ ନିକଟରେ ବାଣି ଫୁଟାଇ ଥିଲେ । ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା। ଘଟଣାରେ ୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ଏବଂ ଭୁବନେଶ୍ଵରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.