Latest Odisha News

BREAKING NEWS

ପୁରୀ ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ “ଏହି ଘଟଣାର ୨୦ ଦିନ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହାବ୍ୟତିତ ଏହି ମାମଲାର ବିଚାର ଫାଷ୍ଟଟ୍ରାକ୍ ଟ୍ରାଏଲରେ କରିବାକୁ ଆମେ କୋର୍ଟରେ ନିବେଦନ କରିବୁ” ।

ସୂଚନାଯୋଗ୍ୟ, ଏହି ଘଟଣାଟି ଡିସେମ୍ବର ୨ ତାରିଖରେ ଘଟିଥିଲା । କାର୍ଯ୍ୟରୁ ବରଖାସ୍ତ ହୋଇଥିବା ଜଣେ କନଷ୍ଟେବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟ ୨ ଜଣ ସମ୍ପୃକ୍ତ ପିଡିତାଙ୍କୁ ନିମାପଡା ବସଷ୍ଟାଣ୍ଡରୁ ଲିଫ୍ଟ ଦେଇଥିଲେ । ପରେ ତାକୁ ପୁରୀ ନେବା ସହ ଝାଡେଶ୍ୱରୀ କ୍ଲବ୍ ନିକଟରେ ଥିବା ପୋଲିସ କ୍ୱାର୍ଟରରେ ଦୁଷ୍କର୍ମ କରିଥିଲେ ।

ପରବର୍ତ୍ତୀ ସମୟରେ ସମ୍ପୃକ୍ତ ନାବାଳିକା ଜଣକ ସେମାନଙ୍କ ଠାରୁ ଖସି ଯାଇ ଘଟଣଶ ସମ୍ପର୍କରେ ପୋଲିସକୁ ଜଣାଇଥିଲେ।

ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଜିତେନ୍ଦ୍ର ସେଠିଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ରାଜେଶ ସେଠି ଓ ରାମ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ପରେ ଅନ୍ୟଜଣେ ଅଭିଯୁକ୍ତ ବୁଲୁ ବାରିକଙ୍କୁ ରାୟଗଡା ଜିଲ୍ଲାରୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.