Latest Odisha News

BREAKING NEWS

ନୂଆବର୍ଷ ପାଇଁ ସଜବାଜ ହୋଇ ଝଟକୁଛି ଶ୍ରୀମନ୍ଦିର

ପୁରୀ: ରାତି ପାହିଲେ ନୂଆବର୍ଷ । ସବୁଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗଙ୍କୁ ଆଲୋକମାଳାରେ ଝଲସୁଛି ଗାଁ ଠୁ ସହର।

ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀ ସହରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ସଜେଇ ହେଲାଣି ପୁରୀ ମନ୍ଦିର । ନାନା ରକମର ଫୁଲ ସାଙ୍ଗକୁ ଚଟାଣ ଉପରେ ହୋଇଥିବା କାରୁକାର୍ଯ୍ୟ ମନକୁ ବିମୋହିତ କରିଦେଉଛି । ନୂଆ ନୂଆ ଲାଗୁଛି ଶ୍ରୀମନ୍ଦିର । ଯେଉଁଆଡ଼େ ଦେଖିବ ସେଇଆଡୁ ଛୁଟି ଆସୁଛି ସୌନ୍ଦର୍ଯ୍ୟର ଝଲକ ।

ପୁରୀକୁ ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ଦେବାପାଇଁ ରାଜ୍ୟ ସରକାରଙ୍କା ଚେଷ୍ଟା ନିହାତି ଭାବେ ସ୍ୱାଗତଯୋଗ୍ୟ ।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଧାମର ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ଐତିହ୍ୟ କରିଡ଼ର୍ କରିବେ ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜଧାନୀସ୍ଥିତ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ‘ସୌନ୍ଦର୍ଯ୍ୟକରଣ ନକ୍ସା’ର ମୂଲ୍ୟବାନ ମତାମତ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସଯୋଗ ଯୋଗାଇଦେବା ସହିତ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ, ତା ଉପରେ ଏହି ପାରିପାଶ୍ୱର୍ିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସି ଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ ।

ଶ୍ରୀମନ୍ଦିର ଚାରିପାଖରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀ ମାନଙ୍କ ଅବଗତ କରାଇବା ବ୍ୟବସ୍ଥା କରାଯିବ । ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ ।

 

Leave A Reply

Your email address will not be published.