Latest Odisha News

BREAKING NEWS

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଅନିଦ୍ରା ମହାପ୍ରଭୁ

ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରାତି ସାରା ଅନିଦ୍ରା ମହାପ୍ରଭୁ । ରାତି ସାରା ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ । ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ଶ୍ରୀମନ୍ଦିରରେ ଦ୍ଵାରଫିଟା ନୀତି ସମ୍ପନ୍ନ ହୋଇ ଦର୍ଶନ ଚାଲିଛି। ସେପଟେ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ୍ ଛକଠାରୁ ଧାଡିରେ ଦର୍ଶନ ପାଇଁ ଆସୁଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ନୂଆବର୍ଷ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡକୁ ସଂପ୍ରସାରଣ କରାଯାଇଛି । ବ୍ୟାରିକେଡ୍ ଭିତରେ ପାଣି ଯୋଗାଣ ସହ କୁଲର ଓ ଫ୍ୟାନ୍ ଲଗାଯାଇଛି । ଗତ ସୋମବାର ଦର୍ଶନ ବେଳେ କିଛି ଯୁବ ଭକ୍ତ ଅଚେତ ହେବା ପରେ ଧାଡ଼ି ପାର୍ଶ୍ଵରେ କୁଲର ଓ ଫ୍ୟାନ ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରୀମନ୍ଦିରରେ ଭିତରେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ନାଟ ମଣ୍ଡପ ଭିତରେ ସୁରକ୍ଷିତ ପ୍ରବେଶ ଓ ଶୃଙ୍ଖଳିତ ଦର୍ଶନ ଲାଗି ବାରିକେଡ ବ୍ୟବସ୍ଥା କରାଯଇଛି ।

ଅନ୍ୟପଟେ ସୁରକ୍ଷା ପାଇଁ ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବାସହ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭୁବନେଶ୍ଵର ପଟୁ ଆସୁଥିବା ଚାରିଚକିଆ ଯାନ ଜେଲ ରୋଡ ପାର୍କିଂରେ ରହିବ। ସେହିପରି କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ତାଳବଣିଆ ପାର୍କିଂରେ ରହିବ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

 

 

Comments are closed.