Latest Odisha News

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିଧନ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ଘଟିଛି।

ସୂଚନାନୁସାରେ, ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ପୂର୍ବରୁ କୋଭିଡ ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସେ ସୁସ୍ଥ ହେବା ପରେ ପୁରୀ ଫେରି ଏକ ହୋଟେଲରେ ସଙ୍ଗରୋଧରେ ରହୁଥିଲେ।

ସ୍ବର୍ଗତ ଦାସ ମହାପାତ୍ର ଥିଲେ ଦେବୀ ସୁଭଦ୍ରାଙ୍କ ବଡ଼ଗ୍ରାହି (ଅଙ୍ଗରକ୍ଷୀ)। ଏତଦ୍ ବ୍ୟତୀତ ସେ ଦଇତାପତି ନିଯୋଗର ସଭାପତି ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ।

Comments are closed.