Latest Odisha News

BREAKING NEWS

ଟପରେ ରାନ୍ଧି କୁଡ଼ୁଆରେ ଭର୍ତ୍ତି କରୁଥିଲେ ଅନ୍ନ, ଡାଲମା… ମହାପ୍ରସାଦ କହି ବିକିଥାନ୍ତେ !

ପୁରୀ: ଅଣସରରେ ଠାକୁର । ଶ୍ରୀମନ୍ଦିରରେ ହେଉନି ଯଥେଷ୍ଟ ଅବଢ଼ା ବା ମହାପ୍ରସାଦ । ଯାହାର ସୁଯୋଗ ନେଇ କିଛି ଅସାଧୁ ଲୋକ ବାହାରେ ରୋଷେଇ କରି ମହାପ୍ରସାଦ କହି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଚାରିପଟେ ଟେଣ୍ଟ କପଡ଼ା ଦିଆଯାଇ ଟପରେ ରୋଷେଇ ଚାଲିଛି ।

ରୋଷେଇ ସରିବା ପରେ ଅନ୍ନ, ଡାଲମା, ବେସର ଓ ମହୁରକୁ କୁଡୁଆରେ ଭର୍ତ୍ତି କରାଯାଉଛି । ଶ୍ରୀମନ୍ଦିରରେ ଶ୍ରୀଜୀଉ ଅଣସରରେ ଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଭାବାବେଗ ସେହ ଖେଳ ଚାଲିଛି । ଅସ୍ଥାୟୀ ଟେଣ୍ଟରେ ରୋଷେଇ କରି ମହାପ୍ରସାଦ କହି ବିକ୍ରି କରାଯାଉଥିବା ସୂଚନା ମିଳିବା ପରେ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ସେଠାରୁ କିଛି ଜଣ ପଳାଇଥିଲେ ।

ଆଉ ଖାଦ୍ୟ ରାନ୍ଧୁଥିବା ଜଣେ ବ୍ୟକ୍ତି କହିଛନ୍ତି, ୟେ ଅବଢ଼ା ନୁହେଁ । ଜଣଙ୍କ ସୁଧଘର ପାଇଁ ଆମେ ଏଠି ରାନ୍ଧୁଛୁ । ତେବେ ରନ୍ଧାଯିବା ପରେ କୁଡୁଆରେ କାହିଁକି ରନ୍ଧା ଖାଦ୍ୟକୁ ଭର୍ତ୍ତି କରୁଥିଲେ ସେ ନେଇ ବ୍ୟକ୍ତି ଜଣଙ୍କ ସନ୍ତୋଷଜନକ ମନ୍ତବ୍ୟ ଦେଇ ପାରି ନାହାନ୍ତି । ତେବେ ଠାକୁର ଅଣସର ଘରେ ଥିବା ବେଳେ ରନ୍ଧା ଖାଦ୍ୟକୁ କୁଡୁଅରେ ଭର୍ତ୍ତି କରିକୁ ନେଇ ନାପସନ୍ଦ କରିଛନ୍ତି ଶ୍ରୀକ୍ଷେତ୍ର ବାସିନ୍ଦା ।

Leave A Reply

Your email address will not be published.