Latest Odisha News

ଖଜା ଦୋକାନକୁ ନେଇ ହତ୍ୟା ଘଟଣା: ୯ ଗିରଫ

ପୁରୀ: ପୁରୀ ଖଜା ଦୋକାନକୁ ନେଇ ହତ୍ୟା ଘଟଣାରେ ୯ ଗିରଫ l ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣ ନାବାଳକ ଥିବା ସୂଚନା ମିଳିଛି l ଦୀନେଶ ଖୁଣ୍ଟିଆ ହତ୍ୟାର ପ୍ରତିଶୋଧ ପାଇଁ ହୋଇଥିଲା ମର୍ଡର l ହତ୍ୟାର ଶିକାର ଦୀନେଶ ଖୁଣ୍ଟିଆର ବାପା ଓ ଭାଇକୁ ମଧ୍ୟ ଗିରଫ କରାଯାଇଛି l ଗତ ୧୯ ତାରିଖରେ ହରିହର ସାହୁଙ୍କୁ ହାଣି ହତ୍ୟା କରାଯାଇଥିଲା l ହରିହରଙ୍କ ପୁଅ ଦୀନେଶ ଏହି ହତ୍ୟାକାଣ୍ଡର ଥିଲା ମୁଖ୍ୟ ଅଭିଯୁକ୍ତ l

ସୂଚନା ଅନୁସାରେ, ଖଜା ଦୋକାନକୁ ନେଇ କିଛି ମାସ ହେବ ଦୀନେଶ ଖୁଣ୍ଟିଆ ଏବଂ ହରିହର ସାହୁଙ୍କ ମଧ୍ୟରେ ଶତ୍ରୁତା ଥିଲା l ଗତ ୮ ତାରିଖରେ ମାର୍କଣ୍ଡେଶ୍ବରସାହି ରାଧାଗୋବିନ୍ଦ ଲେନ୍‌ରେ ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ଏହାର ପ୍ରତିଶୋଧ ନେବାପାଇଁ ଗତ ୧୯ ତାରିଖରେ ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ମୃତ ହରିହରଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପଛରେ ଗୋଷ୍ଠୀ ବିବାଦ ରହିଥିବା ବେଳେ ଏବେ ଉକ୍ତ ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି l

Comments are closed.