Latest Odisha News

BREAKING NEWS

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା; ଏହି ଦୁଇଟି ଟ୍ରେନ୍ ରଦ୍ଦ କଲା ରେଳବାଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି।

ତେବେ ଟ୍ରେନ୍ ଗୁଡିକ ଦୁର୍ଘଟଣାଗ୍ରସ୍ତ ଟ୍ରାକରେ ଯିବା ସମୟରେ ଧୀର ଗତିରେ ଯାଇଥିଲେ। ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଇଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡିବା ଆରମ୍ଭ ହୋଇଛି। ଗତକାଲି ରାତିରେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ୍‌ ଚାଲିଥିଲା। ପରୀକ୍ଷା ସଫଳ ହେବା ପରେ ସୋମବାର ସକାଳୁ ସକାଳୁ ଟ୍ରେନ୍ ଗଡିଛି।

ତେବେ ରେକ୍ ନ ମିଳିବାରୁ କିଛି ଟ୍ରେନ୍ ରଦ୍ଦ କରାଯାଇଛି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୫/୬/୨୦୨୩ ରେ ମୁଳ ଷ୍ଟେସନରୁ ୧୮୪୪୯ ପୁରୀ-ପାଟନା ବୈଦନାଥ ଏକ୍ସପ୍ରେସ୍‌ ଓ ୧୮୦୨୨ ଖୋର୍ଦ୍ଧା ଖଡ଼ଗପୁର ଏକ୍ସପ୍ରେସ୍ ରଦ୍ଦ ରହିବ ବୋଲି ରେଳ ବିଭାଗ ସୂଚନା ଦେଇଛି। ରେକ୍ ଉପଲବ୍ଧ ନଥିବାରୁ ଏହି ଟ୍ରେନ୍‌ଗୁଡ଼ିକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି।

Comments are closed.