Latest Odisha News

BREAKING NEWS

ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଆର୍ଥିକ ନେଣଦେଣ; ଚାଲିଛି ଖୋଳତାଡ଼

ପୁରୀ: ପୁରୀର ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ ଘଟଣାର ତଦନ୍ତ ଚତୁର୍ଥ ଦିନରେ ପହଁଚିଛି। ଘଟଣାର ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୋଲିସକୁ ସବୁ ପ୍ରକାର ସହଯୋଗ କରୁଛି ପୁରୀ ପୋଲିସ।

ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ, କଣ କଣ ପୋଷ୍ଟ କରିଥିଲେ, କଣ କଣ ଡିଲେଟ୍ କରିଛନ୍ତି, ତାଙ୍କର କଲ୍ ଡିଟେଲ ରେକର୍ଡ, ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ପ୍ରିୟଙ୍କା ଏବେ ପୋଲିସ ନଜରରେ ଅଛନ୍ତି।

ସେହିପରି ପ୍ରିୟଙ୍କା ଓ ଜ୍ୟୋତି ପୁରୀର କୁଆଡେ କୁଆଡେ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

 

Comments are closed.