Latest Odisha News

ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଫଟୋ ଭାଇରାଲ୍ !

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ । ଏଥର ମନ୍ଦିର ନୁହେଁ ସିଧାସଳଖ ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ବାହାରେ ବୁଲୁଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ହେଉଥିବା ଅଭିଯୋଗ ।

ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି। ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ରା ଏହାକୁ ଭାଇରାଲ କରିଛନ୍ତି । ଖାଲି ସେତିକି ନୁହେଁ ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ମଧ୍ୟ ସେ ଟ୍ୟାଗ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଏତେ କଟକଣା ଭିତରେ ଏହା କିଭଳି ସମ୍ଭବ ହେଲା ?? ଏହି ଫଟୋଚିତ୍ର କିଭଳି ଭାଇରାଲ ହେଲା । ଏହା ଶ୍ରୀମନ୍ଦିରର ରତ୍ନସିଂହାସନର ଫଟୋଚିତ୍ର ନା ଏଡିଟେଡ ଫଟୋଚିତ୍ର ନା ଅନ୍ୟ କେଉଁ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର।  ଏହାକୁ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବା ଆବଶ୍ୟକ ।

ଯଦି ଏହା ଶ୍ରୀମନ୍ଦିର ରତ୍ନସିଂହାସନର ତାହା ହେଲେ ଏହା କେତେ ବର୍ଷର ତଳର ଫଟୋ ନା ଅତି ନିକଟର ଫଟୋ । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସେପଟେଏହି ଘଟଣା ସମ୍ପର୍କରେ ଜାଣିବା ପରେ ଫଟୋର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉଛି। ଯଦି ଏହି ଫଟୋରେ ସତ୍ୟ ଥିବ ତାହାହେଲେ ଆଇନ ଅନୁଯାୟୀ କାର୍ଯନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏକ ଏତଲା ହୋଇଥିବା ବେଳେ ସିଂହଦ୍ଵାର ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Comments are closed.