Latest Odisha News

BREAKING NEWS

ରାଜ୍ୟରେ ଲାଗିରହିଛି ଝଡିବର୍ଷା, ପୁରୀରେ ସର୍ବାଧିକ ବର୍ଷିଛି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ଅବିରତ ଭାବରେ ବର୍ଷା ଚାଲିଛି।  ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।  ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୬ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା ରେକର୍ଡ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଏହି ସମୟ ଭିତରେ ପାରାଦୀପରେ ୨୧୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ  ଭୁବନେଶ୍ୱରରେ ୧୯୩ ମିମି ବର୍ଷା  ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ସ୍ଥିତି। ଲୋକ ଘ୍ଲଆରୁ ପା କାଢି ପାଦ କାଢି ପାରୁନାହାନ୍ତି। ଭୁବନେଶ୍ବର, କଟକ ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରଭାବିତ ହୋଇଛି ଜନଜୀବନ।

ତଳି ଅଞ୍ଚଳରେ ପାଣି ଜମିଛି। କେଉଁଠି ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି।  କିଛି ସ୍ଥାନରେ ଲୋକଙ୍କ ଘରେ ପଶିଛି। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ଆଜି ବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଫଳରେ ତଳି ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପାରେ।

Leave A Reply

Your email address will not be published.