Latest Odisha News

BREAKING NEWS

ଜମୁଛି ସାହିଯାତ: ଆଜି ଯଜ୍ଞରକ୍ଷା, ନାକକାନ ପ୍ରସ୍ତାବ ଓ ନିଶାଣ ଯାତ୍ରାରେ କମ୍ପିବ ପୁରୀର ଗଳି

ପୁରୀ:ଜମୁଛି ସାହିଯାତ । ଚିରାଚରିତ ଓ ପାରମ୍ପରିକ ହେଲେ ବି ଆଗ୍ରହ କମିନି କି ଉତ୍ସାହ ମରିନି । ପୁରୀରେ ଗଳିଗଳିରେ ସାହି ଲୋକ ଏବେ ବି ଚାହିଁଛନ୍ତି ସାହିଯାତକୁ ଦେଖିବା ପାଇଁ । ଶ୍ରୀରାମ ନବମୀ ତିଥିରେ ପୁରୀରେ ଆରମ୍ଭ ହୋଇଛି ସାହିଯାତ । ଗତକାଲି କାଳିକାଦେବୀ ସାହିରୁ ଆରମ୍ଭ ହୋଇଥିଲା ପ୍ରଥମ ଅଭିଯାନ । ପ୍ରଥମ ଦିନରେ ଶ୍ରୀରାମ ଜନ୍ମନୀତି ପାଳନ କରାଯାଇଥିଲା ।

ଆଜି ଦଶମୀ ତିଥିରେ ପାଳନ କରାଯିବ ଯଜ୍ଞରକ୍ଷା, ନାକକାନ ପ୍ରସ୍ତାବ ନିଶାଣ ଯାତ୍ରା । ପ୍ରଥମ ଦୁଇଟି ଯାତ ହରଚଣ୍ଡୀ ସାହି ପକ୍ଷରୁ ଆୟାୋଜିତ ହୋଇଥିବାବେଳେ ନିଶାଣ ଯାତ୍ରା ମାଟିମଣ୍ଡପ ସାହି ପକ୍ଷରୁ ଆୟାଜିତ କରାଯାଇଛି । ସେହିପରି ଆସନ୍ତାକାଲି ଏକାଦଶୀ ତିଥିରେ ହରଚଣ୍ଡୀ ସାହିରୁ ସୀତା ବିବାହ, ପର୍ଶୁରାମ ପ୍ରସ୍ତାବ, ଦ୍ୱାଦଶୀରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବନବାସ ପ୍ରସ୍ତାବ ପ୍ରଦର୍ଶନ କରାଯିବ ।

ସେହିପରି ଚତୁର୍ଦ୍ଦଶି ତିଥିରେ  କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ସୀତାଚୋରି ପ୍ରସ୍ତାବ,  ଚୈତ୍ର ପୂର୍ଣ୍ଣିମାରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ , ବୈଶାଖ ମାସ ପ୍ରତିପଦା ତିଥିରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରତିଷ୍ଠା ପ୍ରସ୍ତାବ , ଦ୍ଵିତୀୟା ତିଥିରେ ରାବଣ ବଧ ଓ ଶେଷରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ନୀତି ପାଳନ କରାଯିବ  ।ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଚାଲିବ |

ପ୍ରତିଦିନ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥବଲ୍ଳବ ମଠକୁ ଯିବା ପରେ ସେଠାରେ  ନୀତିକାନ୍ତି ସମ୍ପନ୍ନ ହେବ।  ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଚାଲିବ | ସାହିଯାତକୁ ନେଇ ପୁରୀ ସହରର କଳିଗନ୍ଦିରେ ଲେକେ ବେଶ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.