Latest Odisha News

BREAKING NEWS

ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଜଗନ ଖଟେଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ବହୁ ଚର୍ଚ୍ଚିତ ସେବାୟତ କାଳିଆ ପଢ଼ିଆରୀ ହତ୍ୟା କାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଗନ ଖଟେଇ ଗିରଫ। ଜଗନ ପାଖରୁ ଦୁଇଟି ବନ୍ଧୁକ, ଗୋଟେ ଜୀବନ୍ତ ଗୁଳି ସହ ମୋବାଇଲ ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁରୀ ପୋଲିସ ସୂଚନା ଦେଇଛି।

ପୋଲିସ ସ୍କାନରରେ ଥିଲା ଜଗନ | ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଗନ ହଳଦିଆ ଛକଠାରେ କିଛି କ୍ରିମିନାଲଙ୍କୁ ବନ୍ଧୁକ ବ୍ୟବସାୟ ପାଇଁ ଅପେକ୍ଷା କରିଥିଲା। ଏନେଇ ସଦର ଥାନା ପୋଲିସର ପାଟ୍ରୋଲିଙ୍ଗ ଟିମ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ଘଟଣାସ୍ଥଳରୁ ଜଗନକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ସେ ସେବାୟତ କାଳିଆ ପଢ଼ିଆରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଥିଲା।

ପରେ ଜଗନ ଘରେ ପୋଲିସ ଚଢ଼ାଉ କରି ତଦନ୍ତ କରିଥିଲା। ତା ଘରୁ ଦୁଇଟି ବନ୍ଧୁକ, ଗୋଟେ ପିସ୍ତଲ, ଗୋଟେ ରିଭଲଭର, ଗୋଟେ ଜୀବନ୍ତ ଗୁଳି ଓ ମୋବାଇଲ ଫୋନ ଜବତ କରାଯାଇଥିଲା। ତେବେ ଅଭିଯୁକ୍ତ ଜଗନକୁ ତୁରନ୍ତ ଗିରଫ କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.