Latest Odisha News

BREAKING NEWS

ଆସନ୍ତା ୧୩ରୁ କାର୍ତ୍ତିକ ମାସ ଆରମ୍ଭ, ହବିଷ୍ୟାଳୀଙ୍କ ରହିବା ଲାଗି ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପବିତ୍ର କାର୍ତ୍ତିକ ମାସ ଅବସରରେ ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି ।

ବିଶେଷତଃ ହବିଷ୍ୟାଳୀମାନେ ପ୍ରାୟ ୧ମାସ ଧରି ପୁରୀରେ ରହିବା ସହ ବ୍ରତ ପାଳନ କରିବା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ଯାଇଥା’ନ୍ତି ।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଉକ୍ତ ବୈଠକରେ ଚଳିତ ମାସ ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ହଜାରରୁ ଅଧିକ ହବିଷ୍ୟାଳୀଙ୍କ ରହିବା ଲାଗି ବ୍ୟବସ୍ଥା କରାଯିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀର ୩ଟି ସ୍ଥାନରେ ଏହି ହବିଷ୍ୟାଳୀମାବେ ରହିବେ । ରେଳବାଇ ଟୁରିଷ୍ଟ କମ୍ପେ୍ଲକ୍ସରେ ୯୦୦, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬୦୦ ଓ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧,୫୦୦ ହବିଷ୍ୟାଳୀଙ୍କ ଲାଗି ରହିବା ବ୍ୟବସ୍ଥା କରାଯାଉଛି ।

ଆହୁରି ମଧ୍ୟ ଏଥିପାଇଁ ଆଗ୍ରହୀ ହବିଷ୍ୟାଳୀମାନେ ଆସନ୍ତା ୧୧ ତାରିଖ ସୁଦ୍ଧା ଅନଲାଇନ୍ ଆବେଦନ ଏବଂ ସିଧାସଳଖ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରିପାରିବେ ।

ତେବେ ହବିଷ୍ୟାଳୀଙ୍କ ସୁବିଧା ଲାଗି ଭୋର ୪ଟାରୁ ଦ୍ୱାରଫିଟା ନୀତି ଏବଂ ଭୋର ୫ଟା ବେଳେ ମଙ୍ଗଳ ଆଳତୀ କରିବାକୁ ନୀତି ନିର୍ଘର୍ଣ୍ଟ କରାଯାଇଛି । ଏପରିକି ଆସନ୍ତା ଅକ୍ଟୋବର ୯ ତାରିଖରୁ ୧୧ ତାରିଖ ଯାଏଁ ଏହି ନୀତି ନିର୍ଘଣ୍ଟ ହୋଇଛି ।

Leave A Reply

Your email address will not be published.