ହାଇଦ୍ରାବାଦ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳଚକଟା ମାମଲାରେ ତେଲୁଗୁ ସୁପୁରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁଅ ଗୁରୁତର ହୋଇଥିଲେ । ଏହି ଘଟଣାରେ ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଆଜି ଅଭିନେତାଙ୍କୁ ଅଲ୍ଲୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।
ଏହି ମାମଲାରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ତେଲଙ୍ଗାନା ପୋଲିସ । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ନିମ୍ନ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଗୋଟିଏ ରାତି ଜେଲରେ ରହିବା ପରେ ପରଦିନ ବାହାରିଥିଲେ ଏହି ଘଟଣାରେ ହାଇଦ୍ରାବାଦ ସ୍ଥିତ ନାମପଲ୍ଲୀ କୋର୍ଟ ଆଜି ଅଭିନେତାଙ୍କୁ ଅଲ୍ଲୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।
ପୂର୍ବରୁ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ମାମଲାର ରାୟ ପ୍ରକାଶ କରି ଅଭିନେତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ନାମପଲ୍ଲୀ କୋର୍ଟ । ତେବେ ଅଲ୍ଲୁଙ୍କୁ ବିନା ହେପାଜତକୁ ନେଇ ପୋଲିସ ମାମଲାର ଯାଞ୍ଚ କରିବ ।