Latest Odisha News

ପରମାଣୁ ଅସ୍ତ୍ରରେ ହେବ ୟୁକ୍ରେନ୍ ଯୁଦ୍ଧର ଅନ୍ତ, ପୁଟିନ୍ କରୁଛନ୍ତି ତୈୟାରି

ନୂଆଦିଲ୍ଲୀ: ଋଷ ପାଖରେ ଶୀତଳ ଯୁଦ୍ଧ ସମୟର ପ୍ରାୟ ୧୯୦୦ ପାଖାପାଖି ଅସ୍ତ୍ରଶସ୍ତ୍ର ରହିଛି । ଯାହା ଏବେବି ଋଷର ଅସ୍ତ୍ର ଭଣ୍ଡାରରେ ମହଜୁଦ୍ ରହିଛି । ଆଉ ଯଦି ଏବେ ସେଭଳି କୌଣସି ଅସ୍ତ୍ର ନିକ୍ଷେପ ପାଇଁ ପୁଟିନ୍ ଚିନ୍ତା କରନ୍ତି ତ ତାହା ୟୁକ୍ରେନର ସୈନ୍ୟ ଶିବିରକୁ ବିଧ୍ୱଂସ କରି ଦେବ ।

ୟୁକ୍ରେନରେ ଆମେରିକା ଓ ତାର ସହଯୋଗୀ ସହିତ ଋଷର ମରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ନୂଆ ବିପଦ ମୁଣ୍ଡ ଟେକିବାରେ ଲାଗିଛି । ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ୟୁକ୍ରେନ୍ ଉପରେ ଛୋଟ ଛୋଟ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ଚେତାବନୀ ଦେଇଛନ୍ତି । ଋଷର ମିସାଇଲ୍ ସହ ବମ୍ବର ନିୟମିତ ଆଲର୍ଟରେ ରହିଛି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏବେ ଯାଏ ଆମେରିକା ଓ ୟୁରୋପର ଅଧିକାରୀ କହିଛନ୍ତି ଏବେ ଋଷ ଯୁଦ୍ଧାସ୍ତ୍ର ବାହାର କରି ନାହିଁ ଏବଂ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ କେବଳ କଥାରେ ରହିଛି । ଅନ୍ୟପଟେ ୟୁକ୍ରେନରେ, ଲଗାତାର ଋଷ ସେନା ପଛଘୁଞ୍ଚା ଦେଇ ଚାଲିଛି । ଏଭଳି ସ୍ଥିତିରେ ଋଷ ସେନା ପୁଣି ଥରେ ପରମାଣୁ ଅସ୍ତ୍ର ପ୍ରୟୋଗର ଡର ଦେଖାଇବାକୁ ଚାହୁଁଛି । ୧୯୪୫ ପରେ ହୋଇଥିବା ଯୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ ହୋଇ ନାହିଁ ।

ଏବେ ୟୁକ୍ରେନକୁ ଆମେରିକା ଓ ୟୁରୋପର ସାହାଯ୍ୟ ବିରୋଧରେ ଧମକକୁ ଆହୁରି ମଜଭୁତ୍ କରିବା ଏବଂ ଏବଂ ସର୍ତ୍ତ ମାନିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ଲାଗି ଋଷ ପରମାଣୁ ଆକ୍ରମଣ କରିପାରେ । ୟୁରୋପର ଅନେକ ସ୍ଥାନରେ ଋଷ ଗ୍ୟାସ ବିତରଣ କାଟି ଦେଇଛି । ଫଳରେ ଆଗାମୀ ଶୀତ ଋତୁରେ ସେଠାରେ ଶକ୍ତି ସଂକଟ ଦେଖା ଦେଇପାରେ । ଏଭଳି କରି ପୁଟିନ, ୟୁରୋପରେ ଗ୍ୟାସ୍ ଦର ବଢ଼ାଇବା ସହ ସରକାରଙ୍କ ବିପକ୍ଷରେ ଜନ ଅସନ୍ତୋଷ ବଢ଼ାଇବାକୁ ଚାହୁଁଛନ୍ତି ।

ରାଷ୍ଟ୍ରପତି ପୁଟିନ୍, ଅଚାନକ ୩ ଲକ୍ଷ ରିଜର୍ଭ ସେନାକୁ ଡାକିବା ଏବଂ କବଜାକୁ ନେଇଥିବା ଅଞ୍ଚଳକୁ ଶୀଘ୍ର ଋଷ ସହ ମିଶ୍ରଣ ନେଇ ଘୋଷଣା କରିବା, ଆଉ ଭାଷଣରେ ପଶ୍ଚିମୀ ଦେଶକୁ ଧମକ ଦେବା ସୂଚାଉଛି ପୁଟିନ୍ ୟୁକ୍ରେନ୍ ବିରୋଧୀ ଯୁଦ୍ଧକୁ ଅନ୍ତିମ ପର୍ଯ୍ୟାୟକୁ ନେବା ଲାଗି ଏକପ୍ରକାର ପ୍ରତିବଦ୍ଧ ।
ଏବେ ଯାଏ ୟୁକ୍ରେନ୍, ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କମ୍ କରିନାହିଁ । ଯାହା ଋଷ ପାଇଁ ଚିନ୍ତାଜନକ ହୋଇଛି ।

ଋଷ ପାଖରେ ଶୀତଳ ଯୁଦ୍ଧ ସମୟର ପ୍ରାୟ ୧୯୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିଛି । ଏହାଛଡ଼ା ଋଷ ପାଖରେ ସାମରିକ ଅସ୍ତ୍ରର ଅଭାବ ନାହିଁ । ଯାହାର କ୍ଷମତା ପ୍ରାୟ ୧୦ ହଜାର ଟନ୍ । ଏହା ଆମେରିକା ପକ୍ଷରୁ ହିରୋସୀମା ଉପରେ ପକା ଯାଇଥିବା ୧୫ କିଲୋଟନ୍ ପରମାଣୁ ବୋମାର ଦୁଇ ତୃତୀୟାଂଶ ହେବ ।

Leave A Reply

Your email address will not be published.